Only for Entertainment

ଲେମନ ଚିକେନ ପ୍ରସ୍ତୁତ ପ୍ରଣାଳୀ

Taste
0 44

ପ୍ରଣାଳୀ-

ଚିକେନ୍- ୨୫୦ ଗ୍ରାମ୍‌, ଗୋଟା ଧନିଆ ୨ ଚାମଚ୍, ହଳଦୀ ୧ଚାମଚ୍, କଞ୍ଚା ଲଙ୍କା ୨ଟା, ରସୁଣ ବଟା ୧ ଚାମଚ୍, ଅଦାକୋରା ଅଧଚାମଚ୍, ପିଆଜ କଟା ୧ଟା, ତେଲ ୨ଚାମଚ, ଭୃସୁଙ୍ଗ ପତ୍ର ଅଳ୍ପ, ଧନିଆ ଗୁଣ୍ଡ ୧ଚାମଚ, ନଡିଆ ରସ ଅଢେଇ କପ୍, ଲେମ୍ବୁ ରସ ୩ ଚାମଚ ଓ ଲୁଣ ସ୍ୱାଦଅନୁସାରେ  ।

ପ୍ରଣାଳୀ-
ଚିକେନରେ ଲୁଣ ଓ ୧ଚାମଚ ଲେମ୍ବୁରସ ଗୋଳେଇ ୧୫ ମିନିଟ୍ ମ୍ୟାରିନେଟ କରି ରଖନ୍ତୁ  । ପ୍ୟାନରେ ୨ଚାମଚ ତେଲ ଗରମ କରି ଭୃସୁଙ୍ଗ ପତ୍ର , କଞ୍ଚାଲଙ୍କା, ରସୁଣ ବଟା, ଅଦା କୋରା, ପିଆଜ କଟା, ଧନିଆ ଓ ହଳଦୀ ବଟା ଦେଇ କଷି ମସଲା ପ୍ରସ୍ତୁତ କରନ୍ତୁ  । ଏଥିରେ ମ୍ୟାରିନେଟ୍ ହୋଇଥିବା ଚିକେନ ପକାଇ ଧନିଆ ଗୁଣ୍ଡ ଦେଇ ଟିକେ କଷନ୍ତୁ । ତା’ପରେ କପେ ନଡିଆ କ୍ଷୀର , ୧ଚାମଚ ଲେମ୍ବୁରସ, ବହଳିଆ ନଡ଼ିଆ ରସ ଅଧ କପ୍  ପକାନ୍ତୁ । ଏହିପରି ଭାବେ ୧୦ ମିନିଟ୍ ରଖି ଚୁଲା ବନ୍ଦ କରିଦିଅନ୍ତୁ  । ଲେମନ ଚିକେନ ପ୍ରସ୍ତୁତ ହୋଇଗଲା ପରେ ଗରମ ଗରମ ରୁଟି ବା ନାନ୍ ସହିତ ଖାଆନ୍ତୁ  ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More