Only for Entertainment

ଆଣ୍ଠୁ ଗଣ୍ଠି ଜନିତ ସମସ୍ୟାରୁ ପାଆନ୍ତୁ ମୁକ୍ତି । ପ୍ରସ୍ତୁତ କରନ୍ତୁ ଲେମ୍ବୁ ଚୋପାରୁ ଖାସ ତେଲ ।

pasamagrumit
0 56

ଲେମ୍ବୁକୁ ଖଟାଫଳ ଭାବରେ ବ୍ୟବହାର କରାଯାଏ । ଆମର ଦୈନ୍ଦିନ ଜୀବନଶୈଳୀରେ ଲେମ୍ବୁର ଚାହିଦା ଖୁବ ବେଶୀ । ବହୁ ପୂର୍ବରୁ ଲେମ୍ବୁକୁ ଏକ ଘରୋଇ ଉପଚାର ଭାବରେ ମଧ୍ୟ ବ୍ୟବହାର କରାଯାଉଛି । ଏଥିରେ ପ୍ରଚୁର ପରିବାଣରେ ଭିଟାମିନ ସି, ଆଂଟି ଅକ୍ସିଡାଂଟ୍ସ ଏବଂ ମିନେରାଲ୍ସ ଭରି ରହିଥାଏ । ଲେମ୍ବୁ ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ ବଢାଇଥାଏ । ଯାହା ଦ୍ୱାରା ଥଣ୍ଡା,କାଶ ଆଦି ସମସ୍ୟା ଦେଖା ଦେଇନଥାଏ ।ତେବେ ଆଣ୍ଡୁ ଗଣ୍ଠି ଜନିତ ସମସ୍ୟା ପାଇଁ ଲେମ୍ବୁ ଚୋପାରୁ ତିଆରି ଖାସ ତେଲ ଖୁବ ଉପକାରୀ ବୋଲି ପ୍ରମାଣିତ ହୋଇଛି ।

୧ କପ ଅଲିଭ ତେଲ,୨ଟି ବଡ଼ ଲେମ୍ବୁ,୫ଟି ୟୁକାଲିପଟାସ ପତ୍ରକୁ ନେଇ ଏହି ତେଲ ପ୍ରସ୍ତୁତ କରାଯାଇପାରିବ ।
ପ୍ରଥମେ ଲେମ୍ବୁର ଚୋପାକୁ ଛୋଟ ଛୋଟ କରି କାଟି ଏକ ଜାରରେ ରଖି ସେଥିରେ ଅଲିଭ ତେଲ ମିଶାନ୍ତୁ । ଧ୍ୟାନ ରଖିବେଯେ ଲେମ୍ବୁର ଚୋପା ଯେପରି ତେଲରେ ସମ୍ପୂର୍ଣ୍ଣ ଭାବରେ ବୁଡ଼ିରହିବ । ପରେ ଏଥିରେ ୟୁକାଲିପଟାସ ପତ୍ରକୁ ଛୋଟ ଛୋଟ କରି ପକାନ୍ତୁ । ଜାରର ମୁହଁକୁ ବନ୍ଦ କରି ଏକ ଥଣ୍ଡା ସ୍ଥାନରେ ଦୁଇ ସପ୍ତାହ ପର୍ଯ୍ୟନ୍ତ ରଖନ୍ତୁ । ଦୁଇ ସପ୍ତାହ ପରେ ଏହାକୁ ଛାଣିଦେବେ ।
ଏହି ତେଲକୁ ଯଦି ସପ୍ତାହରେ ୩ରୁ ୪ ଥର ମାଲିସ କରାଯିବ ତେବେ ଆଣଣ୍ଠୁ ଗଣ୍ଠି ଜନିତ ସମସ୍ୟାରୁ ମୁକ୍ତି ମିଳିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More