Only for Entertainment

ଲେମନ ଫିସ୍ ପ୍ରସ୍ତୁତି ପ୍ରଣାଳୀ

Taste
48

ସାମଗ୍ରୀ-

୧ କପ୍‌ କଟା ପିଆଜ ଷଣ୍ଢା, ୧ ଚାମଚ କଟା ରସୁଣ, ଖଣ୍ଡେ ଡାଳଚିନି, କଟା ଲେମ୍ବୁ, ୧ଟା କଟା ଲାଲ କ୍ୟାପ୍‌ସିକମ୍‌, ୨ ଚାମଚ ଭର୍ଜିନ୍‌ ଅଲିଭ୍‌ ଅଏଲ୍‌, ୨ ଚାମଚ କଟା ଅଦା, ୨ ଟେବଲସ୍ପୁନ୍‌ ଜିରା ଗୁଣ୍ଡ, ୨ଟି କଟା କଞ୍ଚା ଲଙ୍କା, ୧ ଟି ଗୋଟା ମାଛ, ସ୍ବାଦାନୁସାରେ ଲୁଣ।

ପ୍ରସ୍ତୁତି ପ୍ରଣାଳୀ
ମାଛକୁ ଭଲ ଭାବେ ଧୋଇ ଏକ ପ୍ଲେଟ୍‌ରେ ରଖନ୍ତୁ। ଏହାକୁ ଲେମ୍ବୁ ରସ ଓ ଲୁଣ ଦେଇ ମାରିନେଟ୍‌ କରିବାକୁ କିଛି ସମୟ ଛାଡ଼ି ଦିଅନ୍ତୁ। ପିଆଜ ଷଣ୍ଢା, ଲାଲ କ୍ୟାପ୍‌ସିକମ୍‌, ଅଦା, ରସୁଣ, କଞ୍ଚା ଲଙ୍କାକୁ ଏକ ପାତ୍ରରେ ରଖନ୍ତୁ। ମଧ୍ୟମ ଆଞ୍ଚରେ ନନ୍‌ଷ୍ଟିକ୍‌ ପ୍ୟାନ୍‌ ଗରମ କରନ୍ତୁ। ଏଥିରେ ତେଲକୁ ଭଲ ଭାବେ ଗରମ କରନ୍ତୁ। ତେଲ ଗରମ ହୋଇଗଲା ପରେ ଏଥିରେ ପିଆଜ ଷଣ୍ଢା ଓ କଞ୍ଚା ଲଙ୍କା ପକାନ୍ତୁ। ୧ ମିନିଟ୍‌ ପରେ ଏଥିରେ କଟା ଅଦା, ରସୁଣ ଓ ଡାଳଚିନି ପକାଇ ଭାଜନ୍ତୁ। ଏବେ ଏଥିରେ ମାଛ ପକାଇ ଘୋଡ଼ାଇ ଦିଅନ୍ତୁ। ଗ୍ୟାସ୍‌ର ଆଞ୍ଚ ଧିମା କରି ୧୦ ମିନିଟ୍‌ ଛାଡ଼ି ଦିଅନ୍ତୁ। ୧୦ ମିନିଟ୍‌ ପରେ ଢାଙ୍କୁଣୀ ବାହାର କରି ମାଛ ଉପରେ ଜିରା ଗୁଣ୍ଡ ପକାନ୍ତୁ। ପୁଣି ଥରେ ଏହାକୁ ଘୋଡ଼ାଇ କିଛି ସମୟ ସିଝିବାକୁ ଛାଡ଼ି ଦିଅନ୍ତୁ। କିଛି ସମୟ ପରେ ଢାଙ୍କୁଣୀ ଖୋଲନ୍ତୁ। ଦେଖିବେ ମାଛରୁ କିଛି ପାଣି ବାହାରିଥିବ। ଏବେ ଏଥିରେ ଅଳ୍ପ ପାଣି ଦିଅନ୍ତୁ। ଆବଶ୍ୟକ ଅନୁସାରେ ଲୁଣ ପକାନ୍ତୁ। ମାଛକୁ ଆଉ କିଛି ସମୟ ସିଝିବାକୁ ଦିଅନ୍ତୁ। ଏବେ ପୁଣି ଥରେ ଏହାକୁ ଘୋଡ଼ାଇ ଗ୍ରେଭିକୁ ଭଲ ଭାବେ ଫୁଟାନ୍ତୁ। ୧୦ରୁ ୧୫ ମିନିଟ୍‌ ପରେ ଗ୍ୟାସ୍‌ ବନ୍ଦ କରନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ସ୍ବାଦିଷ୍ଟ ଷ୍ଟିମ୍‌ଡ୍‌ ଲେମନ୍‌ ଫିଶ୍‌। ଏହାକୁ ଧନିଆ ପତ୍ର, ଲେମ୍ବୁ ଓ କଟା କ୍ୟାପ୍‌ସିକମ୍‌ରେ ସଜାଇ ପରଷନ୍ତୁ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More