Only for Entertainment

ଶୀତୁଆ ସକାଳରେ ଲେମନ ଟି

YouTube
0 56

ଚା ପିଇବାକୁ ପ୍ରାୟ ଲୋକ ପସନ୍ଦ କରନ୍ତି । କାରଣ ଗରମ ଗରମ ଚା ପିଇବା ଦ୍ୱାରା ତାଜା ଅନୁଭବ ହୋଇଥାଏ ଏବଂ ସାରା ଦିନ ମଧ୍ୟ ବେଶ୍ ଫୂର୍ତ୍ତି ଲାଗିଥାଏ । ତେଣୁ ପ୍ରତିଦିନ ଲେମନ ଚା ପିଇବା ଉଚିତ । ଏହା ସ୍ୱାସ୍ଥ ପକ୍ଷେ ମଧ୍ୟ ଖୁବ ଲାଭଦାୟକ । ଏହା ସହିତ ଓଜନ ହ୍ରାସ କରିବା ପାଇଁ ଅଧିକାଂଶ ବ୍ୟକ୍ତି ବିଭିନ୍ନ ଉପାୟ ଅବଲମ୍ବନ କରନ୍ତି । କିନ୍ତୁ ଅତି ସହଜରେ ଘରେ ଏହାକୁ ପ୍ରସ୍ତୁତ କରି ପ୍ରତିଦିନ ପିଇବା ଦ୍ୱାରା ଓଜନ ହ୍ରାସ ହୋଇପାରିବ । ତେବେ ଚାଲନ୍ତୁ ଜାଣିବା ବ୍ଲାକ ଲେମନ ଟି’ର ପ୍ରସ୍ତୁତି ପ୍ରଣାଳୀ ବିଷୟରେ ।

ଆବଶ୍ୟକୀୟ ସାମଗ୍ରୀ- ୧ଚାମଚ ଚା’ପତି,୧ଟି କଟା ଲେମ୍ବୁ.୨ ଖଣ୍ଡ ଡାଳଚିନି,ଚିନି,ଜଳ ।

ପ୍ରସ୍ତୁତି ପ୍ରଣାଳୀ-ପ୍ରଥମେ ଏକ ପ୍ୟାନ ଗରମ କରନ୍ତୁ । ସେଥିରେ ଚା ପତି, ଗୋଲ ହୋଇ କଟା ହୋଇଥିବା ଲେମ୍ବୁ,ଡାଳଚିନି ଓ ଆବଶ୍ୟକ ମୁତାବକ ଚିନି ପକାନ୍ତୁ । ସ୍ୱାଦର ପରିବର୍ତ୍ତନ ଅନୁସାରେ ପରେ ଏହାକୁ ଅଧିକ ମିଶା ଯାଇପାରିବ । ଶେଷରେ ଏଥିରେ ଜଳ ପକାନ୍ତୁ । ସମସ୍ତ ସାମଗ୍ରୀ ମିଶାଇ ସାରିବା ପରେ ଏହାକୁ ୫ ମିନିଟ ପାଇଁ ଫୁଟାନ୍ତୁ । ପରେ ଏହାକୁ ଚା’ ଛଣା ଦ୍ୱାରା ଛାଣି ଗୋଲ ହୋଇ କଟା ହୋଇଥିବା ଲେମ୍ବୁକୁ ଗାର୍ନିସ କରନ୍ତୁ । ଏହା ଦ୍ୱାରା ଓଜନ ମଧ୍ୟ ହ୍ରାସ ହୋଇଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More