Only for Entertainment

ଚେନ୍ନାଇର ଜଳାଭାବକୁ ନେଇ ଚିନ୍ତା ଜାହିର କଲେ ହଲିଉଡ ଅଭିନେତା, ପୋଷ୍ଟ ଶେୟାର କରି ଜଣାଇଲେ ଏଭଳି କିଛି !

27

ହଲିଉଡ୍‌ ସୁପରଷ୍ଟାର ଲିଓନାର୍ଡୋ ଡି କେପ୍ରିୟୋ ଅନେକ ସମୟରେ ପରିବେଶ ଜନିତ ସମସ୍ୟାକୁ ନେଇ ନିଜର ସ୍ୱର ଉତ୍ତୋଳନ କରିଥାନ୍ତି । ବର୍ତ୍ତମାନ ଭାରତରେ ଜଳ ସଂକଟ ଏକ ବଡ଼ ସମସ୍ୟା ପାଲଟିଥିବା ବେଳେ ଏ ନେଇ ଟୁଇଟ୍‌ କରି ନିଜର ଚିନ୍ତା ଜାହିର କରିଛନ୍ତି ଲିଓନାର୍ଡୋ । ଖାସ୍‌ କରି ଚେନ୍ନାଇର ପରିସ୍ଥିତି ଦେଖି ସେ ସହରକୁ କେବଳ ବର୍ଷା ହିଁ ବଞ୍ଚାଇ ପାରିବ ବୋଲି କହିଛନ୍ତି ।

 

View this post on Instagram

 

#Regram #RG @bbcnews: “Only rain can save Chennai from this situation.” A well completely empty, and a city without water. The southern Indian city of Chennai is in crisis, after the four main water reservoirs ran completely dry. The acute water shortage has forced the city to scramble for urgent solutions and residents have to stand in line for hours to get water from government tanks. As the water levels depleted, hotels and restaurants started to shut down temporarily, and the air con was turned off in the city’s metro. Officials in the city continue to try and find alternative sources of water – but the community continue to pray for rain. Tap the link in our bio to read more about Chennai’s water crisis. (? Getty Images) #chennai #watercrisis #india #bbcnews

A post shared by Leonardo DiCaprio (@leonardodicaprio) on


ଲିଓନାର୍ଡୋ ଇନ୍‌ଷ୍ଟାରେ ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ପାଖାପାଖି ଶୁଖି ଯାଇଥିବା କୂଅରୁ ମହିଳାମାନେ ପାଣି କାଢ଼ୁଥିବା ଦେଖା ଯାଇଛି । ଫଟୋକୁ ସେୟାର କରି କ୍ୟାପ୍‌ସନରେ, କେବଳ ବର୍ଷା ହିଁ ଚେନ୍ନାଇକୁ ଏଭଳି ପରିସ୍ଥିତିରୁ ବଞ୍ଚାଇ ପାରିବ । କୂଅ ସଂପୂର୍ଣ୍ଣ ଶୁଖି ଯାଇଥିବା ବେଳେ ସହରର ଲୋକ ବିନା ପାଣିରେ ବଞ୍ଚୁଛନ୍ତି । ଲୋକମାନଙ୍କୁ ସରକାରଙ୍କ ତରଫରୁ ମିଳୁଥିବା ପାଣି ଟାଙ୍କି ଆଗରେ ଘଣ୍ଟା ଘଣ୍ଟା ଲାଇନ ଲଗାଇ ଠିଆ ହେବାକୁ ପଡ଼ୁଛି । ପାଣି ଅଭାବ ପାଇଁ ଅନେକ ହୋଟେଲ ଏବଂ ରେସ୍ତୋରାଁକୁ ଅସ୍ଥାୟୀ ଭାବେ ବନ୍ଦ କରି ଦିଆଯାଇଛି । ପରିସ୍ଥିତିକୁ ଦେଖି ଏବେ ଲୋକେ ବର୍ଷାକୁ ଚାତକ ପରି ଅନାଇ ବସିଛନ୍ତି ବୋଲି ଲେଖିଛନ୍ତି ଲିଓନାର୍ଡୋ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More