Only for Entertainment

ହଲିଉଡ ଫିଲ୍ମ ‘ଟାଇଟାନିକ’ର ଜ୍ୟାକ ଡେଟ କରୁଛନ୍ତି ନିଜଠାରୁ ୨୩ବର୍ଷର ସାନ ମଡେଲଙ୍କୁ !

economic times
0 63

ହଲିଉଡ ଫିଲ୍ମ ‘ଟାଇଟାନିକ’ ସେ ସମୟର ପ୍ରସିଦ୍ଧ ଫିଲ୍ମ ମଧ୍ୟରୁ ଏକ ଫିଲ୍ମ ଅଟେ । ଏହି ଫିଲ୍ମକୁ ଦେଖିବା ଲାଗି ଦର୍ଶକ ଆଜି ମଧ୍ୟ ଦିୱାନା ଅଟନ୍ତି । ଏହି ଫିଲ୍ମରୁ ରିଲିଜକୁ ୨୧ବର୍ଷ ହୋଇଗଲାଣି । ଫିଲ୍ମ ଟାଇଟାନିକରେ ଜ୍ୟାକ ଭୂମିକାରେ ଅଭିନୟ କରିଥିବା ଅଭିନେତା ହେଉଛନ୍ତି ଲିଓନାଡୋ ଡିକାପ୍ରିୟୋ । ତାଙ୍କୁ ବର୍ତ୍ତମାନ ବୟସ ୪୩ବର୍ଷ ଅଟେ । ଏହି ବୟସରେ ସେ ମଡେଲ ତଥା ଅଭିନେତ୍ରୀ କେମିଲା ମୋରୋନଙ୍କୁ ଡେଟ କରୁଛନ୍ତି । କିନ୍ତୁ ଖାସ କଥା ହେଉଛି କେମିଲା ଲିଓନାଡୋଙ୍କ ଠାରୁ ୨୩ବର୍ଷ ସାନ । କେବଳ ଏତିକି ନୁହେଁ ଆଶ୍ଚର୍ଯ୍ୟଜନକ କଥା ହେଉଛି କେମିଲାଙ୍କ ମା’ ଅର୍ଥାତ ଲ୍ୟୁସିଆ ମଧ୍ୟ ଲିଓନାଡୋଙ୍କ ଠାରୁ ୨ବର୍ଷ ସାନ ।

କେମିଲା ୨୦ବର୍ଷ ବୟସର ଏବଂ ତାଙ୍କ ମା’ଙ୍କର ୪୦ବର୍ଷ ବୟସ ଅଟେ । କିଛି ଦିନ ତଳେ ଦୁହିଁଙ୍କୁ ଲସ ଏଞ୍ଜଲସରେ ସ୍ପଟ କରାଯାଇଥିଲା । ଏହି ଦୁହିଁଙ୍କୁ ଏକ ରେସ୍ତୋରାଁ ବାହାରେ ହାତକୁ ହାତ ଧରିଥିବା ସ୍ପଟ କରାଯାଇଥିଲା । ଏହାବ୍ୟତୀତ ଲିଓନାଡୋ ମଧ୍ୟ ସମସ୍ତଙ୍କ ସାମ୍ନାରେ କେମିଲାଙ୍କୁ କିସ କରୁଥିବା ନଜର ଆସିଥିଲେ ।

ଆପଣଙ୍କୁ ଏଠାରେ କହି ରଖୁଛୁ ଯେ , ଲିଓନାଡୋଙ୍କ ଲାଷ୍ଟ ଗର୍ଲଫ୍ରେଣ୍ଡ ଥିଲେ ନୀନା ଅଗଡାଲ । ଦୁହେଁ ଅନେକ ଦିନ ଥରି ଏକାସାଙ୍ଗେ ବିତାଇଥିଲେ । ୨୦୧୭ରେ ତାଙ୍କର ବ୍ରେକଅପ ହୋଇଯାଇଥିଲା । ନୀନାଙ୍କ ପରେ ହିଁ କେମିଲାଙ୍କ ସହ ତାଙ୍କର ସାକ୍ଷାତ ହୋଇଥିଲା । ଏବେ ଦେଖିବାକୁ ଅଛି ଯେ ଏହି ଦୁହିଁଙ୍କ ସମ୍ପର୍କ କେତେ ଦିନ ରହୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More