Only for Entertainment

ବଙ୍ଗଳା ମଧ୍ୟରେ ମଜାରେ ବୁଲୁଥିଲା ଚିତାବାଘ ! ଏହାପରେ କ’ଣ ହେଲା ଦେଖନ୍ତୁ ଭିଡିଓ !

khabarndtv
0 46

ମହାରାଷ୍ଟ୍ରର ଠାଣେ ଜିଲ୍ଲାରେ ଘଟିଛି କିଛି ଏପରି ଘଟଣା ଯାହା ଲୋକମାନଙ୍କ ହୋଶ ଉଙ୍ଗାଇ ଦେଇକ୍ତି । ସୋସାଇଟିର ଏକ ବଙ୍ଗଳାରେ ଚିତା ବାଘ ଭ୍ରମଣ କରିବା ନଜରକୁ ଆସିଥିଲା । ଠାଣେର ଉଲ୍ଲାସ ନଗରରେ ରବିବାର ଦିନ ଚିତା ବାଘ ପଶି ଆସିଥିଲା । ସେଠାକାର ସିକ୍ୟୁରିଟି ଗାର୍ଡ ସିସିଟିଭି ଜରିଆରେ ପ୍ରଥମେ ଦେଖିଥିଲେ । ସେ ଚିତାବାଘଟି ବଙ୍ଗଳାରେ ଟହଲ ମାରି ବାହାର ରାସ୍ତା ଦେଇ ଚାଲିଯାଇଥିବାର ସିସିଟିଭିରେ ଦେଖିବାକୁ ମିଳିଥିଲା ।

ସିକ୍ୟୁରିଟି ଜଣକ ବଙ୍ଗଳା ବାହାରେ ବସିଥିଲେ, ଏବଂ ତାଙ୍କୁ ଲାଗିଲା ଏକ ବଡ ବିଲେଇ କାନ୍ଥ ଡେଇଁ ବଙ୍ଗଳା ମଧ୍ୟକୁ ପ୍ରବେଶ କରୁଥିଲା । ପରେ ତାଙ୍କୁ ଜଣା ପଡିଥିଲା ଯେ ତାହା ଚିତା ବାଘ ଥିଲା ବୋଲି ଇଣ୍ଡିଆନ ଏକ୍ସପ୍ରେସକୁ ସିକ୍ୟୁରିଟି ଜଣକ କହିଛନ୍ତି ।

ପୁଲିସଙ୍କ କହିବା ଅନୁସାରେ ସିକ୍ୟୁରିଟି ଗାର୍ଡ ଲୋକମାନଙ୍କୁ ସତର୍କ କରାଇବା ପୂର୍ବରୁ ହିଁ ବାଘଟି ଗୋଟେ ବଙ୍ଗଳାରୁ ବାହାରି ଅନ୍ୟ ବଙ୍ଗଳା ମଧ୍ୟକୁ ପ୍ରବେଶ କରିଥିଲା ।

ଏହି ଖବର ମିଳିବା କ୍ଷଣି ସେଠାରେ ବାସ କରୁଥିବା ଲୋକମାନେ ଘର କବାଟ କିଳି ରହିଥିଲେ । ହିନ୍ଦୁସ୍ତାନ ଟାଇମ୍ସ ଅନୁସାରେ ଏଭଳି ପ୍ରଥମ ଘଟଣା ଘଟିଛି । ଏହି ବାଘଟିକୁ କାବୁ କରିବା ଲାଗି ବନ୍ୟ ଅଧିକାରୀଙ୍କୁ ୪ରୁ ୫ଘଂଟା ସମୟ ଲାଗିଥିଲା ।
ଦେଖନ୍ତୁ ଏହାର ଭିଡିଓ –

 

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More