Only for Entertainment

ଲାଇମ ଲାଇଟ ଠାରୁ ଦୂରରେ,ଏବେ ଏଭଳି ରହିଛି ରାକ୍ଷୀ ଗୁଲଜାରଙ୍କ ଲାଇଫଷ୍ଟାଇଲ ।

samacharnama.com
0 76

ରାକ୍ଷୀ ନିଜ ନିଖୁଣ ଅଭିନୟରେ ବଲିଉଡରେ ଖୁବ ନାମ କମାଇଛନ୍ତି ଏଥିରେ ତିଳେମାତ୍ର ସନ୍ଦେହ ନାହିଁ । ସେ ୭୦ ଦଶକର ପ୍ରମୁଖ ଅଭିନେତ୍ରୀ ମାନଙ୍କ ମଧ୍ୟରୁ ଜଣେ । ସେ ପ୍ରସିଦ୍ଧ ଗୀତିକାର ଗୁଲଜାରଙ୍କୁ ବିବାହ କରିଥିଲେ । ରାକ୍ଷୀଙ୍କ ଜନ୍ମ ୧୫ ଅଗଷ୍ଟ ୧୯୪୭କୁ ୱେଷ୍ଟ ବେଙ୍ଗଲରେ ହୋଇଥିଲା ।

ରାକ୍ଷୀ ୧୯୭୦ରେ ଫିଲ୍ମ ଜୀବନ ମୃତ୍ୟୁରେ ଧର୍ମନ୍ଦ୍ରଙ୍କ ସହିତ ଡେବ୍ୟୁ କରିଥିଲେ । ଏହାପରେ ବସେରା,ତ୍ରୀଶୁଲ,ଦୁସରା ଆଦମୀ ଓ କରନ ଅର୍ଜୁନ ଭଳି ଅନ୍ୟ କେତେକ ଫିଲ୍ମରେ ଅଭିନୟ କରିଥିଲେ ।

ରାକ୍ଷୀଙ୍କର ପ୍ରଥମ ବିବାହ ୧୯୬୩ରେ ଅଜୟ ବିଶ୍ୱାସଙ୍କ ସହିତ ହୋଇଥିଲା । କିନ୍ତୁ ତାହା ସଫଳ ରହିନଥିଲା । ଦୁଇ ବର୍ଷ ପରେ ତାଙ୍କର ଡିଭୋର୍ସ ହୋଇଯାଇଥିଲା । ଏହାପରେ ସେ ୧୯୭୩ରେ ଗୀତିକାର ଗୁଲଜାରଙ୍କୁ ବିବାହ କରିଥିଲେ । ଗତ ବର୍ଷ ଏକ ଇଂଟରଭ୍ୟୁରେ ରାକ୍ଷୀଙ୍କ ଝିଅ ମେଘନା କହିଥିଲେଯେ ତାଙ୍କ ମା ଏବେ ଫାର୍ମର ହୋଇ ସାରିଛନ୍ତି ଏବଂ ଅଧିକାଂଶ ସମୟ ସେ ତାଙ୍କ ଫାର୍ମ ହାଉସରେ ବିତାଉଛନ୍ତି । ସେଠାରେ ସେ ଫଳ ଏବଂ ପନିପରିବା ଚାଷ କରୁଛନ୍ତି । ଏହା ସହିତ କିଛି ଗାଈ ଏବଂ କୁକୁର ମଧ୍ୟ ରଖିଛନ୍ତି । ସହରର ଚାକଚକ୍ୟ ଏବଂ କୋଳାହଳ ଠାରୂ ସଂପୁର୍ଣ୍ଣ ଦୂରରେ ସେ ପ୍ରାକୃତିକ ପରିବେଶରେ ରହିବାକୁ ପସନ୍ଦ କରନ୍ତି । କେବେ କେବେ ନାତିର ଦେଖାରେଖା କରିବାକୁ ମୁମ୍ବାଇ ମଧ୍ୟ ଯାଆନ୍ତି ।

 

ମେଘନାଙ୍କ ଜନ୍ମ ପରେ ରାକ୍ଷୀ ଏବଂ ଗୁଲଜାର ଅଲଗା ହେବା ପାଇଁ ନିଷ୍ପତ୍ତି ନେଇଥିଲେ କିନ୍ତୁ ଝିଅ ପାଇଁ ଆଜି ପର୍ଯ୍ୟନ୍ତ ଅଲଗା ହୋଇନାହାଁନ୍ତି । ଯେତେବେଳେ ଗୁଲଜାର ରାକ୍ଷୀଙ୍କୁ ବିବାହ କରିଥିଲେ ରାକ୍ଷୀ ସଫଳତାର ଶୀଖରରେ ଥିଲେ,କିନ୍ତୁ ବିବାହ ପରେ ଫିଲ୍ମ ଠାରୁ ଦୂରରେ ରହିବା ପାଇଁ ଗୁଲଜାର ରାକ୍ଷୀଙ୍କୁ ସିଧାସଳଖ କହିଥିଲେ । ରାକ୍ଷୀ ଗୁଲଜାରଙ୍କ କଥାରେ ରାଜି ହୋଇ ଯାଇଥିଲେ କିନ୍ତୁ ସେ ଚାହୁଁଥିଲେଯେ ସେ ଗୁଲଜାରଙ୍କ ନିର୍ଦ୍ଦେଶିତ ଫିଲ୍ମରେ କାମ କରନ୍ତୁ । କିନ୍ତୁ ଗୁଲଜାର ରାକ୍ଷୀଙ୍କୁ ଗୋଟିଏ ମଧ୍ୟ ଫିଲ୍ମରେ ସାଇନ କଲେ ନାହିଁ । ଯଦିଓ ରାକ୍ଷୀ ବିିବାହ ପୂର୍ବରୁ ଗୁଲଜାରଙ୍କ କଥାରେ ରାଜି ଥିଲେ,ତଥାପି ଘରେ ବସି ବସି ସେ ବୋର ହେଉଥିଲେ,ତେଣୁ ବଳକା ସମୟରେ ବସି ରହିବା ଅପେକ୍ଷା କିଛି କାମ କରିବାକୁ ସେ ପସନ୍ଦ କରୁଥିଲେ ।

ରାକ୍ଷୀ ଶେଷ ଥର ପାଇଁ ୨୦୦୯ରେ ଫିଲ୍ମ କ୍ଲାସମେଟ୍ସରେ ନଜର ଆସିଥିଲେ ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More