Only for Entertainment

ନିଶାଗ୍ରସ୍ତ ବେଳେ ମ୍ୟାନେଜର ହୋଟେଲରେ ଦୁଷ୍କର୍ମ କରିଥିବା ଉଦ୍ୟମ କରିଥିଲେ ଏହି ହଲିଉଡ ସିଙ୍ଗର !

verity
0 32

ସାରା ବିଶ୍ୱରେ ନିଜ ସଙ୍ଗୀତ ମାଧ୍ୟମରେ ଲୋକପ୍ରିୟତା ହାସଲ କରିଥିବା କଣ୍ଠଶିଳ୍ପୀ ଲିଲି ଏଲେନ୍‌ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଖୁଲାସା କରିଛନ୍ତି । ମ୍ୟୁଜିକ୍‌ ଇଣ୍ଡଷ୍ଟ୍ରିର ଜଣେ ମ୍ୟାନେଜର ତାଙ୍କ ସହ କରିଥିବା ଯୌନ ଶୋଷଣ ବିଷୟରେ ସେ ଖୋଲି କହିବା ପରେ ଏ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ତାଙ୍କ କହିବା ଅନୁଯାୟୀ, ଏକ ପାର୍ଟିରେ ମୁଁ ଅଧିକ ମଦ ପିଇଥିବାରୁ ବେହୋସ ହୋଇ ଯାଇଥିଲି । ଯାହାର ଫାଇଦା ଉଠାଇ ମ୍ୟୁଜିକ୍‌ ଇଣ୍ଡଷ୍ଟ୍ରିର ଜଣେ ମ୍ୟାନେଜର ମୋତେ ରୁମ୍‌କୁ ନେଇ ଯାଇଥିଲେ । ମୋର ହୋସ ଆସିବା ପରେ ତାଙ୍କ ହାତ ମୋ ଶରୀର ଉପରେ ଥିବା ସହ ମୁଁ ପୂରା ନଗ୍ନ ଥିଲି। ସେ ମୋ ସହ ଜବରଦସ୍ତି କରିବା ପାଇଁ ଚେଷ୍ଟା କରୁଥିବା ସମୟରେ ମୁଁ ତାଙ୍କୁ ଠେଲି ସେଠାରୁ ପୋଷାକ ପିନ୍ଧି ଚାଲି ଆସିଥିଲି ।

ଏହି ଘଟଣା ପରେ ମୁଁ ନିଜକୁ ଦୋଷୀ ମାନିବା ସହ ଅଭିଯୁକ୍ତ ବିରୋଧରେ ଏତଲା ଦେଇ ନ ଥିଲି । ଯେଉଁଥି ପାଇଁ ଆଜି ମୁଁ ଆଜି ଅନୁତାପ କରୁଛି ବୋଲି ସେ କହିଛନ୍ତି । ନିଜ ବହି ‘ମାଇଁ ଥଟ୍‌ସ ଏଗ୍‌ଜାଟ୍‌ଲି’ରେ ସେ ନିଜ ସହ ହୋଇଥିବା ଯୌନ ଶୋଷଣର ଖୁଲାସା କରିବା ସହ ମ୍ୟୁଜିକ୍‌ ଇଣ୍ଡଷ୍ଟ୍ରିରେ ମହିଳାମାନଙ୍କ ସହ ହେଉଥିବା ଅତ୍ୟାଚାର ବିଷୟରେ ଲେଖିଥିବା ଦେଖାଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More