Only for Entertainment

ଭାଇରାଲ୍‌ ହେଲା ନିଆ ଶର୍ମା ଓ ରେହେନାଙ୍କ ଲିପ୍‌ କିସ୍‌ ଭିଡିଓ

instagram
65

ନିଜର ଷ୍ଟାଇଲିସ୍‌ ଅନ୍ଦାଜ ପାଇଁ ଚର୍ଚ୍ଚାରେ ରହୁଥିବା ନିଆ ଶର୍ମା ଏବେ ରେହେନା ପଣ୍ଡିତ୍‌ଙ୍କୁ କରିଥିବା ଲିପ୍‌-ଲକ୍‌ କିସ୍‌ ପାଇଁ ଚର୍ଚ୍ଚାରେ ଅଛନ୍ତି। ନିଆ ଏବଂ ରେହେନା ଅନେକ ଗୁଡ଼ିଏ କ୍ୟାମେରା ସାମ୍ନାରେ ପରସ୍ପରଙ୍କୁ ଚୁମ୍ବନ ଦେଇ ଗଣମାଧ୍ୟମ ସଂସ୍ଥାରେ ଚର୍ଚ୍ଚା ପାଲଟିଛନ୍ତି।

ଉଭୟ ଏକ୍‌ତା କପୁରଙ୍କ ହୋଲି ପାର୍ଟିରେ ଯୋଗ ଦେବା ଅବସରରେ ଏପରି ଘଟିଛି। ନିଆ ଗଣମାଧ୍ୟମ ସଂସ୍ଥାଗୁଡ଼ିକ ସହ କଥା ହେଉଥିବା ସମୟରେ ଅଚାନକ ଆସି ପହଞ୍ଚିଥିଲେ ରେହେନା। ରେହେନାଙ୍କୁ ଦେଖି ଖୁସି ହୋଇ ପଡ଼ିଥିଲେ ନିଆ। ଭାଇରାଲ୍‌ ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ ରେହେନାଙ୍କୁ ଦେଖିବା ମାତ୍ରେ ନିଆଁ ହୋଲିର ଶୁଭକାମନା ଦେବା ସହ ତାଙ୍କ ଓଠକୁ ଚୁମ୍ବନ ଦେଇଥିଲେ।

ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ୨୦୧୫ ମସିହାରେ ବି ଏହି ଦୁଇ ଟେଲି ନାୟିକ ସମାନ କଥା ପାଇଁ ଚର୍ଚ୍ଚାରେ ରହିଥିଲେ। ସେ ସମୟରେ ରେହେନା ନିଜର ପ୍ରତିକ୍ରିୟାରେ କହିଥିଲେ କି ଯଦି ଜଣେ ଯୁବତୀ ଅନ୍ୟ ଜଣେ ଯୁବତୀକୁ ଗାଲରେ ଚୁମା ଦେଇପାରୁଛି ତେବେ ଓଠରେ ଦେବାରେ କୌଣସି ସମସ୍ୟା ନାହିଁ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More