Only for Entertainment

ବଲିଉଡରେ ପାଦ ଦେଲେ ଓଡ଼ିଆ ଅଭିନେତ୍ରୀ ଲିପ୍ସା ମିଶ୍ର ।

odisha sun times
0 57

କୁହାଯାଏ ତୁଳସୀ ଦୁଇ ପତ୍ରରୁ ବାସେ । ସେ ବଣରେ ଥିଲେ ମଧ୍ୟ ତାହାର ବାତ୍ସା ଚାରିଆଡ଼େ ଛୁଟିଯାଇ ତାହାର ଅସ୍ଥିତ୍ୱକୁ ଦେଖାଇଥାଏ । ଠିକ ସେହିପରି ଓଡ଼ିଶାର ପ୍ରତି ଘରେ ଘରେ ପରିଚିତ ଲିପ୍ସା ମିଶ୍ର ସେହି ତୁଳସୀ ମାନଙ୍କ ମଧ୍ୟରୁ ଜଣେ । ସେ କେବଳ ରିଲ ଲାଇଫରେ ଜଣେ ତୁଳସୀ ନୁହଁନ୍ତି ବରଂ ରିଅଲ ଲାଇଫରେ ମଧ୍ୟ । ଓଡ଼ିଶାରେ ଜଣେ ପ୍ରସିଦ୍ଧ କଳାକାର ଭାବରେ ନିଜର ଅଭିନୟ ଦେଖାଇ ସାରିବା ପରେ ବଢି ଚାଲିଛନ୍ତି ନୂତନ ଦିଗନ୍ତକୁ ।
ଲିିପ୍ସା କିଛି ଲୁହ ପିଇଯାଏ ଓଠ ଏବଂ ତୋ ଅଗଣାର ତୁଳସୀ ମୁଁ ଭଳି ମେଗା ଧାରାବହିକରେ ଅଭିନୟ କରି ଦର୍ଶକଙ୍କ ହୃଦୟକୁ ଜିତି ସାରିବା ପରେ ପାଦ ଦେଇଛନ୍ତି ବଲିଉଡ ଇଣ୍ଡଷ୍ଟ୍ରିରେ । ସେ ବଲିଉଡର ପ୍ରସିଦ୍ଧ ମେଗା ଧାରାବହିକ ଅଭିନେତା ସରଦ ମଲହୋତ୍ରାଙ୍କ ସହିତ ଏକ ଆଲବମରେ ନଜର ଆସିବେ । ସରଦ ମେଗା ଧାରାବହିକର ଚକଲେଟ ହିରୋ ଭାବରେ ବେଶ ଜଣାଶୁଣା । ଯିଏକି କଲର୍ସରେ ପ୍ରସାରିତ କସମ ସିରିଅଲରେ ମୁଖ୍ୟ ଚରିତ୍ରରେ ଅଭିନୟ କରୁଛନ୍ତି । ବଲିଉଡରେ ଆଗକୁ ବଢିବା ପାଇଁ ଲିପ୍ସା କଠିନ ପରିଶ୍ରମ କରୁଥିବା ଦେôଖିବାକୁ ମିଳିଛି । ତେବେ ସରଦଙ୍କ ସହିତ ଅଭିନୟ କରିବାର ସୁଯୋଗ ଲିପ୍ସାଙ୍କ ଉଜ୍ୱଳ ଭବିଷ୍ୟତ ପାଇଁ ସଙ୍କେତ ନିଶ୍ଚୟ । ତେବେ ଏହା କିଷ୍ଣା ବେଉରାଙ୍କ ମ୍ୟୁଜିକ ଭିଡିଓ ଆଲବମ ଦ୍ୱାରା ନିର୍ମିତ ହୋଇଛି । ଆଲବମଟି ଏକ ସୈନ୍ୟଙ୍କ କାହାଣୀକୁ ନେଇ ନିର୍ମାଣ କରାଯାଇଛି । ତେବେ ଆଲବମଟି ଜାନ୍ରୁଆରୀ ୨୬ରେ ରିଲିଜ ହେବାକୁ ଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More