Only for Entertainment

ଜୀବିତ ମୂଷା ଶରୀରରେ ଉଠିଲେ ଗଛ, ଜାଣନ୍ତୁ କିଭଳି!

0 30

ପିଲାଦିନେ ଆମେ ଶୁଣିଥିଲୁ ଯେ ଫଳ ଖାଇଲା ବେଳେ ମଂଜି ଯଦି ପେଟ ଭିତକୁ ଚାଲିଯାଏ ତେବେ ଗଛ ଉଠିଯିବ । ମାତ୍ର କୌଣସି ଜୀବିତ ଜନ୍ତୁ ଶରୀର ମଧ୍ୟରେ ଗଛ ଉଠିବା ତାହା ଆପଣ କେବେ ଶୁଣିନଥିବେ ! ଏହିଭଳି କିଛି ଘଟଣା ଘଟିଛି ମଧ୍ୟପ୍ରଦେଶର ରତଲାମରେ ।
ଜଣେ କୃଷକଙ୍କୁ ଅନ୍ଦାଜା ମଧ୍ୟ ନଥିଲା ଯେ ତାଙ୍କ ଫୋପାଡି ଥିବା ସୋୟାବିନ ମଂଜିରୁ ଏକ ମୂଷା ଦେହରେ ଗଛ ହୋଇଯିବ ଏବଂ ସେହି ମୂଷା ଜୀବିତ ଅଛି ।

କେବଳ ସେତିକି ନୁହେଁ ଏହି ଗଛ ବଡ ମଧ୍ୟ ହୋଇଯାଇଛି । ଏବେ ଏହି ମୂଷା ଚର୍ଚ୍ଚାର ବିଷୟ ପାଲଟିଛି । ଯେତେବେଳେ ଅଗଷ୍ଟ ୭ରେ କୀଟନାଶକ ପକାଇବାକୁ ଆସିଲେ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । ତାଙ୍କୁ ଏକ ଜୀବିତ ମୂଷା ଦେଖାଯାଇଥିଲା ଯାହା ଚାଲି ପାରୁନଥିଲା ଠିକ ଭାବେ କାରଣ ତା’ ଶରୀରରେ ଗଛ ଉଠି ଯାଇଥିଲା ।

ଏହା ଗଛ ବେକରୁ ହୋଇ ମାଟିରେ ଲାଗିଥିଲା । ଦାତାର ନାମକ କୃଷକ ଏହାର ଭିଡିଓ ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ଏହାପରେ ସେ ଏହି ମୂଷାକୁ ନେଇ ତା ଶରୀରରୁ ଗଛକୁ ଅଲଗା କରିଛନ୍ତି । ମୂଷାର ଏଭଳି ପରିସ୍ଥିତି ଦେଖି ବୈଜ୍ଞାନିକ ଏବଂ କୃଷି ଏକ୍ସପର୍ଟ ମଧ୍ୟ ଆଶ୍ଚର୍ଯ୍ୟ ଅଛନ୍ତି ।

ଏକ୍ସପର୍ଟ କହିବା ମୁତାବକ ହୁଏତ ମୂଷାଟି ଆଘାତ ଗ୍ରସ୍ତ ଥବା ବେଳେ ତା ଘା’ରେ ମଂଜି ଦବି ଗଛ ଉଠିଯାଇଥିବ । ତାଙ୍କ କହିବା ମୁତାବକ ବିନା ଖାଦ୍ୟରେ ମୂଷା ଅନେକ ଦିନ ବଂଚି ପାରିବ । ଗଛ ବଡ ହେବା ପରେ ମୂଷା ପେଟରେ ଥିବା ଖାଦ୍ୟକୁ ପୋଷକ ତତ୍ତ୍ୱ ଭଳି ବ୍ୟବହାର କରିଥିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More