Only for Entertainment

ସୋସିଆଲ ମିଡିଆରେ ଭାଇରାଲ ହେଲା ଆତ୍ମହତ୍ୟାର ଲାଇଭ ଭିଡ଼ିଓ ।

punjab kesari
0 72

ମୁମ୍ବାଇର କାନ୍ଦିବଲୀରେ ଏକ ବିଲଡିଙ୍ଗର ଅଷ୍ଟମ ମହଲାରୁ ହେଇଁ ୧୪ ବର୍ଷୀୟ ଏକ ଝିଅ ଆତ୍ମହତ୍ୟା କରିଛି । ପୋଲିସର କହିବା ଅନୁସାରେ ଏହି ଘଟଣା ଠାକୁର ଗାଁର ଗାରଡେନିୟୋ କୋ ଅପରେଟିଭ ହାଉସିଙ୍ଗ ସୋସାଇଟିର ଗୁରୁବାରର ଘଟଣା । ଜଣେ ଅଧିକାରୀଙ୍କ କହିବା ଅନୁସାରେ ହର୍ଷିକା ଧୀରେନ୍ଦ୍ର ମାୟାବଶୀ ପଂଚମ ମହଲାରେ ରହୁଥିଲେ । ଯେତେବେଳେ ସେ ସଂଧ୍ୟାରେ ଅଷ୍ଟମ ମହଲାର କାନ୍ଥ ଦାଢରେ ଛିଡ଼ା ହୋଇଥିଲା ଲୋକ ତାକୁ ଦେଖିଥିଲେ । ଲୋକ ତାକୁ ରୋକିବା ପାଇଁ ପ୍ରୟାସ କରିଥିଲେ କିନ୍ତୁ ଦେଖୁ ଦେଖୁ ସେ ଡେଇଁ ପଡ଼ିଥିଲା । ଲୋକ ତାକୁ ତତକ୍ଷଣାତ ହସ୍ପିଟାଲ ନେଲେ କିନ୍ତୁ ସେଠାରେ ସେ ମୃତ ଘୋଷଣା ହେଲେ ।

ସଂପୂର୍ଣ୍ଣ ଘଟଣାକୁ କିଛି ଲୋକ ରେକର୍ଡ଼ କରି ନେଇଥିଲେ । ଏହାପରେ ଏହି ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଅଧିକାରୀଙ୍କ କହିବା ଅନୁସାରେ ଆତ୍ମହତ୍ୟାର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ ଏବଂ ମୃତ ଝିଅଙ୍କର ବନ୍ଧୁ ମାନଙ୍କୁ ପଚରାଉଚରା କରାଯାଉଛି । କେବଳ ସୋସିଆଲ ମିଡିଆ ଏବଂ ମୋବାଇଲରେ ତାଙ୍କ ଗତିବିଧି ଯାଂଚ କରାଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More