Only for Entertainment

ପରଦାରେ ରିଲିଜ ହେଲା ଫିଲ୍ମ “ଲୋକାଲ ଟୋକା ଲଭ ଚୋଖା”

0 74

ରିଲିଜ୍‌ ହୋଇଛି ଓଡ଼ିଆ ଫିଲ୍ମ ‘ଲୋକାଲ ଟୋକା ଲଭ୍ ଚୋଖା’। ଏହି ଫିଲ୍ମରେ ପ୍ରଥମଥର ବାବୁସାନ୍‌ ଏବଂ ସନମିରାଙ୍କ ଯୋଡି ଦେଖିବାକୁ ମିଳୁଛି। ଫିଲ୍ମର ପ୍ରିମିୟର ସୋ’ କଟକର ଜୟଶ୍ରୀ ସିନେମା ହଲ୍‌ରେ ଅନୁଷ୍ଠିତ ହୋଇଛି |

ଏହି ଫିଲ୍ମରେ ବାବୁସାନ୍‌ ଓ ସନ୍‌ମିରାଙ୍କ ଲଭ୍ ଏବଂ ରୋମାନ୍ସକୁ ଦର୍ଶକ ଦେଖିବାକୁ ପାଇବେ। ଏହି ଦୁହିଁଙ୍କ ବ୍ୟତୀତ ଫିଲ୍ମରେ ପ୍ରଦ୍ୟୁମ୍ନ ଲେଙ୍କା, ଅପରାଜିତା ମହାନ୍ତି ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରୁଛନ୍ତି।

ଫିଲ୍ମର ନିର୍ଦ୍ଦେଶନା ଭାର ତୁଲାଉଛନ୍ତି ସୁଧାଂଶୁ ମୋହନ ସାହୁ ଏବଂ ସଂଳାପ ଲେଖିଛନ୍ତି ନିର୍ମଳ ନାୟକ।

ପ୍ରଯୋଜନା କରିଛନ୍ତି ପ୍ରଦ୍ୟୁମ୍ନ ଲେଙ୍କା, ଡି.ପି ଖଣ୍ଡେଲ୍‌ୱାଲ୍‌ ଏବଂ ଅନୁପ୍‌ ଅଗ୍ରୱାଲ। ବୈଦ୍ୟନାଥ ଦାସ ଏହାର ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି।

ଫିଲ୍ମର ଟାଇଟଲ୍‌ ଗୀତ ସମେତ ସମସ୍ତ ଗୀତ ରିଲିଜ ପୂର୍ବରୁ ହିଟ୍ ହୋଇସାରିଛି। ଏହି ଫିଲ୍ମରେ ମୋଟ ୫ଟି ମନଛୁଆଁ ଗୀତ ରହିଛି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More