Only for Entertainment

ଜୁନିଅର ଏନଟିଆରଙ୍କ ଠାରୁ ଅଲ୍ଲୁ ଅର୍ଜୁନଙ୍କ ପର୍ଯ୍ୟନ୍ତ, ଫିଲ୍ମ କଳାକାର ଏଭଳି ଦେଲେ ଭୋଟ !

38

୧୧ଅପ୍ରେଲ ତଥା ପ୍ରଥମ ଫେଜ ଭୋଟିଂ ସହ ଲୋକସଭା ନିର୍ବାଚନ ୨୦୧୯ ପାଇଁ ଭୋଟ ପ୍ରକ୍ରିୟା ଆରମ୍ଭ ହୋଇଗଲାଣି । ଏହି ନିର୍ବାଚନକୁ ନେଇ କଳାକାରଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଅନେକ କଳାକାର ନିର୍ବାଚନ ପାଇଁ ଲଢେଇ ମଧ୍ୟ କରୁଛନ୍ତି, ଏହା ସହ କିଛି ଅନ୍ୟ ପାର୍ଟିର କ୍ୟାମ୍ପେନ ମଧ୍ୟ କରୁଛନ୍ତି । କେହି କେହି ଖୁବ ନ୍ୟୁଟ୍ରାଲ ନଜର ଆସିଛନ୍ତି । ଏହାମଧ୍ୟରେ ପ୍ରଥମ ଫେଜରେ ଅନେକ କଳାକାର ଜଣେ ଦେଶର ନାଗରିକ ହିସାବରେ ଭୋଟ ଦେଇଥିବା ନଜର ଆସିଛନ୍ତି । କିଛି ସାଉଥ ଇଣ୍ଡିଆନ ଫିଲ୍ମ ଅଭିନେତ୍ରୀ ଭୋଟ ଦେଉଥିବାର ଫଟୋ ସାମ୍ନାକୁ ଆସିଛି ।

ଫଟୋରେ ତେଲୁଗୁ ସୁପରଷ୍ଟାର ଜୁନିଅର ଏନଟିଆର ନିଜ ମା ଶାଲିନୀ ନନ୍ଦମୁରୀଙ୍କ ସହ ଭୋଟ ଦେବା ପାଇଁ ପୁଲିଂ ବୁଥ ବାହାରେ ଛିଡା ହୋଇଥିବାର ନଜର ଆସିଛନ୍ତି ।

ତେଲୁଗୁ ଷ୍ଟାର ଅଲ୍ଲୁ ଅର୍ଜୁନ ମଧ୍ୟ ଭୋଟ ଦେଇଛନ୍ତି । ତାଙ୍କ ଇନଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରି ଭୋଟ ଦେବା ଲାଗି ଅପିଲ କରିଛନ୍ତି ।

ମେଗାଷ୍ଟାର ଚିରଂଜୀବୀ ମଧ୍ୟ ପରିବାର ସହ ଭୋଟ ଦେଇଛନ୍ତି । ଭୋଟ ଦେବା ପରେ ସେ ମିଡିଆକୁ ପୋଜ ଦେଇଛନ୍ତି ।

ଅଭିନେତା ଏବଂ ନେତା ପବନ କଲ୍ୟାଣ ମଧ୍ୟ ଭୋଟ ଦେଇଛନ୍ତି । ସେ ଜନସେନା ପାର୍ଟିର ମୁଖ୍ୟ ଅଟନ୍ତି । ସେ ବିଜୟବାଡାରେ ନିଜ ଭୋଟ ଦେଇଛନ୍ତି ।

ଅଭିନେତ୍ରୀ ଅମଲା ଅକ୍କିନେନୀ ମଧ୍ୟ ଭୋଟ ଦେବା ପରେ ଲୋକଙ୍କୁ ଭୋଟ ଦେବା ଲାଗି ଅପିଲ କରିଛନ୍ତି । ଯେଉଁଥିରେ କହିଛନ୍ତି ସମସ୍ତ ନାଗରିକ ଯୋଗ୍ୟ ନେତାଙ୍କୁ ଭୋଟ ଦିଅନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More