Only for Entertainment

ଜବରଦସ୍ତ ଅନ୍ଦାଜରେ ଆସିଲା ‘ଲଲିପପ ଲାଗେଲୁ’ବ୍ୟାଣ୍ଡର ଗୀତ ଶୁଣି ଦିୱାନା ହେଲେ ଲୋକେ.. ଦେଖନ୍ତୁ ଭିଡିଓ !

khabarNDTV
0 47

ଭୋଜପୁରୀର ସବୁଠାରୁ ପ୍ରସିଦ୍ଧ ଗୀତ କି ଏଭଳି ଆମେ କହି ପାରିବା ଯେ ଭୋଜପୁରୀ ଗୀତକୁ ଏକ ନୂଆ ପରିଚୟ ଦେଇଥିବା ଗୀତ ‘ଲଲିପପ ଲାଗେଲୁ’ର ନୂଆ ଭର୍ସନ କିଛି ଦିନ ପୁଣି ଥରେ ଚର୍ଚ୍ଚାର ବିଷୟ ପାଲଟିଛି । ଭୋଜପୁରୀର ଏହି ଗୀତ ପ୍ରଥମେ ଏକ ବିଦେଶୀ ସିଙ୍ଗର ଏହି ଗୀତକୁ ଗାଇ ଫେମସ ହୋଇଥିଲେ, ଏବେ ଭାରତର ଏକ ବ୍ୟାଣ୍ଡ ଗୃପ ଏହି ଗୀତକୁ ଭିନ୍ନ ଅନ୍ଦାଜରେ ପରିବେଶଣ କରି ଲକ୍ଷ ଲକ୍ଷ ଲୋକଙ୍କୁ ଦିୱାନା କରିଛନ୍ତି । ଯଦିଓ ଏହି ସଙ୍ଗ ୟୁଟ୍ୟୁବରେ ଚଳିତ ବର୍ଷ ଫେବୃଆରୀରେ ରିଲିଜ କରାଯାଇଥିଲା, ମାତ୍ର ଏହା ଏବେ ଭାଇରାଲ ହେବାରେ ଲାଗିଛି । ଏହି ଗୀତକୁ ଅସଲରେ ଭୋଜପୁରୀ ସିଙ୍ଗର ତଥା ପବନ କଲ୍ୟାଣ ଗାଇଥିଲେ, ମାତ୍ର ମେଘଧନୁଷ ବ୍ୟାଣ୍ଡ ଏହାକୁ ତାଙ୍କ ଷ୍ଟାଇଲରେ ଗାଇ ପପୁଲାର ହେବାରେ ଲାଗିଛନ୍ତି ।

ଏଠାରେ ଆମେ କହି ରଖୁଛୁ ଯେ ୨୦୦୬ରେ ଭୋଜପୁରୀ ଗାୟକ ପବନ ସିଂ ଏହି ଗୀତ ଗାଇଥିଲେ । ଏକ ସାକ୍ଷାତକାରରେ ପବନ କହିଥିଲେ ଯେ ଯେତେବେଳେ ୧୨ବର୍ଷ ପୂର୍ବେ ସେ ଏହି ଗୀତ ଗାଇଥିଲେ ତାଙ୍କୁ ଜଣା ବି ନଥିଲା ଏହି ଗୀତ ବିହାରର ଜାତୀୟ ସଙ୍ଗୀତ ପାଲଟିଯିବ । ଏହି ଗୀତ ଗାଇବା ପାଇଁ ସେ ହାରମୋନିଅମ ଏବଂ ତବଲା ନେଇ ବସିଥିଲେ ମାତ୍ର ଏହି ଗୀତ ଭୋଜପୁରୀ ଗୀତର ଅନ୍ଦାଜ ବଦଳାଇ ଦେଇଛି । ଏହାପରେ ସେ ଛିଡା ହୋଇ ଗୀତ ରେକର୍ଡିଂ କରିଥିଲେ ବୋଲି ମଧ୍ୟ ସେ କହିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More