Only for Entertainment

ଘରେ ଚାବି ଖୋଜୁ ଖୋଜୁ ମିଳିଲା ୧୯ ବର୍ଷର ନୋକିଆ ଫୋନ, ଅନ ହେବା ମାତ୍ରେ ଆଶ୍ଚର୍ଯ୍ୟ ହୋଇଗଲେ ବ୍ୟକ୍ତି

punjabkesari
572

ଫିଚର ଫୋନର ଯୁଗ ପ୍ରାୟ ଶେଷ ହୋଇଗଲାଣି । ଖୁବ କମ ଲୋକ ଏବେ ଏହି ଫୋନ ବ୍ୟବହାର କରୁଛନ୍ତି । ଆଜିକାଲି ସମସ୍ତେ ସ୍ମାର୍ଟଫୋନ ବ୍ୟବହାର କରିବାକୁ ବେଶ୍ ପସନ୍ଦ କରୁଛନ୍ତି, କାରଣ ଏହା ଜୀନବଶୈଳୀକୁ ଅତି ସହଜ କରି ଦେଇଛି । କିନ୍ତୁ ହଠାତ ଏବେ ନୋକିଆର ଫିଚର ଫୋନ ୩୩୧୦ ପୁଣିଥରେ ଚର୍ଚ୍ଚାକୁ ଆସିଯାଇଛି । ବାସ୍ତବରେ ଇଂଲଣ୍ଡର ଏଲସମେରେ ଦ୍ୱୀପରେ ରହୁଥିବା କେବିନ ମୁଡିଙ୍କୁ ଘରେ ୧୯ ବର୍ଷର ପୁରୁଣା ୩୩୧୦ ନୋକିଆ ଫୋନ ମିଳିଲା । ଯେତେବେଳେ ସେ ସ୍ୱିଚ ଅନ କଲେ ସେ ଆଶ୍ଚର୍ଯ୍ୟ ହୋଇଗଲେ ।

ଖବର ଅନୁସାରେ କେବିନ ଫୋନକୁ ଅନ କରିବା ପରେ ସେ ଏହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । କାରଣ ଫୋନରେ ୭୦ ପ୍ରତିଶତ ଚାର୍ଜ ଥିଲା । ତେବେ କହିରଖୁଛୁ କେବିନ ଯେତେବେଳେ ଘରେ ଚାବି ଖୋଜୁଥିଲେ ହଠାତ ତାଙ୍କୁ ଏହି ଫୋନଟି ମିଳିଲା । କେବିନଙ୍କ କହିବା ଅନସାରେ ସେ ଏହି ଫୋନକୁ ଭୁଲି ଯାଇଥିଲେ । ଏହାପରେ ତାଙ୍କର ମନେ ପଡ଼ିଲାଯେ ସେ ୧୯ ବର୍ଷ ପୂର୍ବରୁ ଏହି ନୋକିଆ ଫୋନକୁ କିଣିଥିଲେ । ତେବେ ଏହା ନିହାତି ଭାବରେ ଆଶ୍ଚର୍ଯ୍ୟ ହେବାଭଳି ଘଟଣା । ନୋକିଆ ୩୩୧୦ ଫୋନ ୨୦୦ ମସିହାରେ ଲଂଚ ହୋଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More