Only for Entertainment

‘ଲୁଟକେସ’ର ଟ୍ରେଲର ରିଲିଜ, କୁଣାଳ ଖେମୁ ଏବଂ ଗକ୍ସରାଜ ରାଓଙ୍କ ଏହି ଫିଲ୍ମର ହିରୋ ଲାଲ ସୁଟକେସ !

43

କିଛି ଦିନ ପୂର୍ବରୁ ନିଜ ନଲି ରଂଗର ସୁଟକେସ ପାଇଁ ଚର୍ଚ୍ଚାରେ ରହିଥିବା ଫିଲ୍ମ ‘ସୁଟକେସ’ର ଟ୍ରେଲର ରିଲିଜ ହୋଇଛି, ଯେଉଁଥିରେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି କୁଣାଳ ଖେମୁ । ଅସଲରେ ଫିଲ୍ମ ର ପୂରା କାହାଣୀ ଏହି ସୁଟକେସ ଉପରେ ଆଧାରିତ ।

ଟ୍ରେଲରରେ ଦେଖିବାକୁ ମିଳିଛି ଯେ ଗୋଟିଏ ନାଲି ରଂଗର ସୁଟକେସ ପଛରେ ସମସ୍ତେ ପଡିଛନ୍ତି , ଯାହା ଟଙ୍କାରେ ଭରା । ଯାହା ଭୂଲବଶତଃ କୁଣାଳଙ୍କ ହାତରେ ପଡିଛି । ଯିଏ ସବୁବେଳେ ଟଙ୍କା ଅଭାବରେ ରହୁଥିବ । ରାଜେଶ କ୍ରିଷ୍ଣନଙ୍କ ଏହି ଫିଲ୍ମ କମେଡି ଥ୍ରିଲର ଫିଲ୍ମ ଅଟେ । ଫିଲ୍ମରେ କୁଣାଳ ନନ୍ଦନ ଭୂମିକାରେ ନଜର ଆସିବେ ।

ଏହି ଫିଲ୍ମରେ ବଧାଇ ହୋ’ ଫେମ ଗଜରାଜ ରାଓ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ । ତାଙ୍କ ବ୍ୟତୀତ ରସିକା ଦୁଗ୍ଗଲ, ରଣବୀର ଶୌରୀ ଏବଂ ବିଜୟ ରାଜଙ୍କ ଭଳି କଳାକାର ଫିଲ୍ମରେ ନଜର ଆସିବେ । ବିଜୟ ରାଜ ଏହି ଫିଲ୍ମରେ ‘ଖଳନାୟକ’ ଭୂମିକାରେ ନଜର ଆସିବେ । ଏଠାରେ ଆମେ କହି ରଖୁଛୁ ଯେ ଏହି ଫିଲ୍ମ ୧୧ଅକ୍ଟୋବରରେ ରିଲିଜ ହେବାକୁ ଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More