Only for Entertainment

ବକ୍ସ ଅଫିସରେ ମାଡ଼ ଖାଇଲା ପଦ୍ମାବତୀ ।

youtube
0 43

ସଂଜୟ ଲୀଲା ବଂଶାଲୀଙ୍କ ଫିଲ୍ମ ପଦ୍ମାବତୀ ବହୁ ବିବାଦ ପରେ ରିଲିଜ ହୋଇଛି ଏବଂ ଦର୍ଶକ ଏହାକୁ ଖୁବ ପସନ୍ଦ ମଧ୍ୟ କରିଛନ୍ତି । ବିଶେଷ କରି ଦୀପିକା ଏବଂ ରଣବୀର ଦର୍ଶକଙ୍କ ନିକଟରେ ଖୁବ ଆଦୃତ ହୋଇଛନ୍ତି । କ୍ରିଟିକ ତରନ ଆଦର୍ଶଙ୍କ କହିବା ଅନୁସାରେ ଫିଲ୍ମକୁ ରିଲିଜ ହେବାର ୯ ଦିନ ହୋଇଛି ଏବଂ ସାରା ଦେଶରେ ଫିଲ୍ମ ୧୬୬ କୋଟି ରୋଜଗାର କରିଛି । ଏତେ ରୋଜଗାର ପରେ ମଧ୍ୟ ଫିଲ୍ମ ୫୦ କୋଟି କ୍ଷତିରେ ଚାଲିଛି ।

ସୂଚନା ଅନୁସାରେ ଫିଲ୍ମ କ୍ଷତି ସହିବାର କାରଣ ହେଉଛି କରଣୀ ସେନା । କାରଣ ଗୁଜୁରାଟରେ ଫିଲ୍ମ ଏପର୍ଯ୍ୟନ୍ତ ରିଲିଜ ହୋଇପାରିନାହିଁ । ୯ ଦିନରେ ଏହା ୨୦୦ କୋଟି ଛୁଇଁବାର ଥିଲା । କିନ୍ତୁ ଇଂଟରନେସନାଲ ମାର୍କେଟରେ ଫିଲ୍ମ ଭଲ ରୋଜଗାର କରୁଛି । ଉତ୍ତର ଆମେରିକା ଏବଂ ଅଷ୍ଟ୍ରେଲିଆରେ ଫିଲ୍ମ ବାହୁବଳୀର ରେକର୍ଡ଼ କାଟିସାରିଛି । ତେବେ ଫିଲ୍ମର ଓଭରସିଜ କଲେକ୍ସନ ଭଲ ରହିଛି ।

ଫିଲ୍ମ ୨୫ ଜାନୁୟାରୀକୁ ରିଲିଜ ହୋଇଛି । ଫିଲ୍ମରେ ମୋଟ ୨୫୦ କୋଟି ଖର୍ଚ୍ଚ ହୋଇଛି । ତେବେ ଗୁଜୁରାଟରେ ରିଲିଜ ପାଇଁ ପ୍ରୟାସ ଚାଲିଥିବା ସୂଚନା ମିଳିଛି । ବିଗ ବି ଅମିତାଭ ରଣବୀର ଏବଂ ଦୀପିକାଙ୍କ ଅଭିନୟକୁ ପସନ୍ଦ କରି ଫୁଲ ତୋଡ଼ା ମଧ୍ୟ ପଠାଇଥିବା ସୂଚନା ମିଳିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More