Only for Entertainment

ଲାଇଫରେ ବୋର୍ ହେବାକୁ ଚାହୁଁନଥିଲେ ଏହି ଦୁଇଟି ଅକ୍ଷରରୁ ନାଁ ଆରମ୍ଭ ହୋଇଥିବା ଝିଅ ସହିତ କରନ୍ତୁ ବିବାହ

YOUTUBE
0 104

ପ୍ରତ୍ୟେକ ବ୍ୟକ୍ତି ନିଜ ପାର୍ଟନରଙ୍କୁ ନେଇ କିଛି ନା କିଛି ଇଚ୍ଛା ରଖିଥାନ୍ତି । ସମସ୍ତେ ଚାହିଁଥାନ୍ତି ତାଙ୍କୁ ପାର୍ଟନର ତାଙ୍କୁ ଭଲପାଇବା ସହିତ ସମ୍ମାନ ମଧ୍ୟ ଦେଉ । ଏହା ଫଳରେ ବିବାହିତ ଜୀବନ ଶୁରୁଖୁରୁରେ କଟିଥାଏ । ସାଧାରଣତଃ ବିବାହ ପୂର୍ବରୁ ପୁଅ ଏବଂ ଝିଅର ଜାତକ ମିଶାଯାଇଥାଏ । ଯଦି ଦୁହିଁଙ୍କ ଜାତକର କିଛି ଗୁଣ ମିଶିଯାଏ ତେବେ ଏହା ଶୁଭ ସଂକେତ ଦେଇଥାଏ । ଏହା ପରେ ହିଁ ବିବାହ ବିଷୟ ଆଗକୁ ବଢିଥାଏ । ସେହିପରି ଅନ୍ୟପକ୍ଷରେ ନାଁର ପ୍ରଥମ ଅକ୍ଷର ମଧ୍ୟ ପୁଅ ଝିଅଙ୍କ ବିଷୟରେ ଅନେକ କିଛି କହିଥାଏ । ଆଜି ଆପଣଙ୍କୁ ଆମେ ଏପରି ଦୁଇଟି ଅକ୍ଷରରୁ ନାଁ ଆରମ୍ଭ ହୋଇଥିବା ଝିଅଙ୍କ ବିଷୟରେ କହିବୁ ଯେଉଁମାନେ ନିଜ ପତିଙ୍କୁ ଲାଇଫରେ ଖୁବ ଖୁସିରେ ରଖିଥାନ୍ତି ।

A ନାମର ଝିଅ
ଏ ଅର୍ଥାତ ‘ଅ’ । ଯେଉଁ ଝିଅମାନଙ୍କର ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ଖୁବ ସାହାସୀ ଏବଂ ବୁଦ୍ଧିମାନର ସହିତ କାମ କରିଥାନ୍ତି । ଧାର୍ମିକ ହେବା ସହିତ ସେମାନେ ଧର୍ମକୁ ଭଲ ଭାବେ ପାଳନ କରିଥାନ୍ତି । ଏହି ଅକ୍ଷରର ମହିଳାମାନେ ସର୍ବଦା ପରିବାରକୁ ସାଙ୍ଗରେ ନେଇ ଚଳିଥାନ୍ତି । ଏହା ସହିତ ପାର୍ଟନରଙ୍କୁ ଖୁବ ଭଲ ପାଇଥାନ୍ତି ।

S ନାମର ଝିଅ
‘ଏସ’ ଅର୍ଥାତ ‘ସ’ । ଯେଉଁ ଝିଅ ମାନଙ୍କର ନାମ ‘ସ’ରୁ ଆରମ୍ଭ ହୋଇଥାଏ ସେମାନେ ଭଲପାଇବାକୁ ନେଇ ଖୁବ ସିରିୟସ ଥାନ୍ତି । ସେମାନେ ନିଜ ସମ୍ପର୍କକୁ ସଚ୍ଚୋଟତାର ସହିତ ଏବଂ ହୃଦୟରୁ ପାଳନ କରିଥାନ୍ତି । ସବୁଠାରୁ ଖାସ ହେଉଛି ଏହି ନାମର ଝିଅମାନଙ୍କୁ ପାର୍ଟନର ସହିତ ବୁଲିବା ଖୁବ ପସନ୍ଦ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More