Only for Entertainment

#MeToo : ଯୌନ ଶୋଷଣ ମାମଲାରେ ଫସିଥିବା ଏହି ନର୍ଦ୍ଦେଶକଙ୍କ ସପୋର୍ଟରେ ବାହାରିଲେ ନୁସରତ ଭରୁଚା, କହିଲେ ଏହି କଥା ।

Highlights India
43

#MeToo କ୍ୟାମ୍ପେନ ଜରିଆରେ ଯୌନ ଶୋଷଣ ମାମଲାରେ ଫସିଥିବା ସୋନୁ କେ ଟିଟୁ କି ସ୍ୱିଟି ଏବଂ ପ୍ୟାର କା ପଂଚନାମରେ ନିର୍ଦ୍ଦେଶକ ଲଭ ରଞ୍ଜନଙ୍କ ସପୋର୍ଟରେ ବାହାରିଛନ୍ତି ଅଭିନେତ୍ରୀ ନୁସରତ ଭରୁଚା । ନିଜର ବୟାନରେ ସେ କହିଛନ୍ତି ଏପରି କେବେ ହୋଇନଥିବ ଯେ ନିର୍ଦ୍ଦେଶକଙ୍କ କାରଣରୁ ସେ ଅସହଜ ଅନୁଭବ କରିଥିବେ । ନିର୍ଦ୍ଦେଶକ ଲଭ ରଞ୍ଜନଙ୍କ ସହିତ ଅନେକ ଫିଲ୍ମରେ ନଜର ଆସିଥିବା ଅଭିନେତ୍ରୀ ନୁସରତ ଭରୁଚା ଟ୍ୱିଟ କରି କହିଛନ୍ତି ଯେ ନିକଟରେ ଲଭ ରଞ୍ଜନଙ୍କ ଯେଉଁ ଛବି ସାମ୍ନାକୁ ଆସିଛି ସେ ସେହିପରି ନୁହଁନ୍ତି ।

‘ଫ୍ୟାର କା ପଂଚନାମା’ ସିରିଜ, ‘ଆକାଶବାଣୀ’, ଏବଂ ‘ସୋନୁ କେ ଟିଟୁ କି ସ୍ୱିଟି’ ପରି ଫିଲ୍ମରେ ଲଭ ରଞ୍ଜନଙ୍କ ସହିତ କାମ କରିସାରିଥିବା ଅଭିନେତ୍ରୀ ନୁସରତ ଟ୍ୱିଟ କରି ଏକ ଲମ୍ବା ପତ୍ରରେ ନିର୍ଦ୍ଦେଶକଙ୍କୁ ସପୋର୍ଟ କରିଥିଲେ । ନୁସରତ ଲୁକ ଟେଷ୍ଟ ସମୟରେ ରଞ୍ଜନଙ୍କ ସହିତ ତାଙ୍କର ସାକ୍ଷାତାକାର ବିଷୟରେ ଏହି ପତ୍ରର ଉଲ୍ଲେଖ କରିଛନ୍ତି । ସେ ଟ୍ୱିଟ କରି କହିଛନ୍ତି ଯେ, ଫିଲ୍ମରେ ୩ଟି ମହିଳା ଚରିତ୍ର ପାଇଁ ସାଧାରଣ ଭାରତୀୟ ମହିଳାଙ୍କ ଠାରୁ ଆରମ୍ଭ କରି ଆକର୍ଷଣୀୟ ଚରିତ୍ର ପରି ସବୁ ପ୍ରକାରର ଫଟୋସୁଟ କରିବା ପାଇଁ ପଡିବ ବୋଲି ତାଙ୍କୁ ସଫା ସଫା କୁହାଯାଇଥିଲା ।


ନୁସରତ ନିର୍ଦ୍ଦେଶକ ଲଭ ରଞ୍ଜନଙ୍କୁ ସପୋର୍ଟ କରି କହିଥିଲେ, ଫିଲ୍ମରେ ବିକିନି ଏବଂ ଅନ୍ତରଙ୍ଗ ଚୁମ୍ବନର ଦୃଶ୍ୟ ରହିବ ବୋଲି ମଧ୍ୟ ତାଙ୍କୁ କୁହାଯାଇଥିଲା । ଯଦି ସେ ଏହାକୁ କରିପାରିବେ ତେବେ ସେ ଆସନ୍ତୁ । ନୁସରତ କହିଛନ୍ତି ଯଦି ମୁଁ ଏହାକୁ କରିନଥାନ୍ତି ତେବେ ବି ଚଳିଥାନ୍ତା ଆମେ ଭବିଷ୍ୟତରେ ଅନ୍ୟ ପ୍ରୋଜେକ୍ଟରେ କାମ କରିଥାନ୍ତୁ । ଏହା ପରେ ନୁସରତ ତାଙ୍କ ପରିବାର ସହିତ ଏହି ବିଷୟରେ ଚର୍ଚ୍ଚା କରିଥିଲେ ଏବଂ ଫିଲ୍ମ ନିର୍ମାତାଙ୍କ ସଚୋଟତାକୁ ପସନ୍ଦ କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More