Only for Entertainment

ରିଲିଜ ହେଲା ରିଭେଂଜ ଡ୍ରାମା ଫିଲ୍ମ ‘ଲଭ ଟ୍ୱିଷ୍ଟ’ର ପ୍ରଥମ ଟ୍ରେଲର, ଦେଖିବାକୁ ମିଳିବ ନବାଗତଙ୍କ ଯୋଡି

YouTube
39

ଲଭ୍, ଡ୍ରାମା, ରିଭେଂଜ୍ ଓ ଟ୍ୱିଷ୍ଟ । ଏମିତି କିଛି କାହାଣୀକୁ ନେଇ ଓଲିଉଡରେ ପ୍ରସ୍ତୁତ ହୋଇଛି ଚଳଚ୍ଚିତ୍ର ଲଭ୍ ଟ୍ୱିଷ୍ଟ । ଏହି ସିନେମାର ପ୍ରଥମ ଟ୍ରେଲର୍ ମୁକ୍ତିଲାଭ କରିଛି । ଜଣେ ବସ୍ତି ପିଲା ପାଠ ପଢିବାର ସୁଯୋଗ ନପାଇ, ପରିସ୍ଥିତିରେ ପଡି ନିଜକୁ କ୍ରାଇମ୍ ଦୁନିଆ ଆଡକୁ ଟାଣି ନଉଛି । ତା ଜୀବନରେ ଘଟୁଛି ଅନେକ ଟ୍ୱିଷ୍ଟ । ନିଜ ହସ ଖୁସି ଜୀବନକୁ ଭୁଲିଯାଇ ସେ ଛନ୍ଦି ହୋଇ ପଡୁଛି କ୍ରିମିନାଲ୍ ମାନଙ୍କ ମାୟାଜାଲରେ । ଏମିତି ଏକ ଚରିତ୍ରରେ ନଜର ଆସିବେ ଅଭିନେତା ପିଂଟୁ ନନ୍ଦ ।

ଫିଲ୍ମରେ ନାୟକ ଓ ନାୟିକା ଭାବେ ନବାଗତ କଳାକାର ଦେବ ଓ ମନସ୍ମିତାଙ୍କୁ ଦେଖିବାକୁ ମିଳିବ । ଅନନ୍ତ ଭାରତୀ କ୍ରିଏସନର ପ୍ରଥମ ଅବଦାନରେ ପ୍ରସ୍ତୁତ ହୋଇଥିବା ଚଳଚ୍ଚିତ୍ର ଲଭ୍ ଟ୍ୱିଷ୍ଟର କାହାଣୀ, ସଂଳାପ, ସ୍କ୍ରିନ୍ପ୍ଲେ ସହ ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ସଚ୍ଚିଦାନନ୍ଦ ସାମଲ୍ । ସିନେମାର ପ୍ରଯୋଜନା କରିଛନ୍ତି ଅନନ୍ତ କୁମାର୍ ସାମଲ୍ । ଫିଲ୍ମରେ ସଙ୍ଗୀତର ଭାର ତୁଲାଇଛନ୍ତି ସୁସୀଲ ଦଳାଇ । ଫିଲ୍ମଟିର ସୁଟିଂ ଏଡିଟିଂ ଶେଷ ହୋଇଥିବାବେଳେ ଖୁବଶୀଘ୍ର ଆସିବ ପରଦାକୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More