Only for Entertainment

ଦିପାବଳୀରେ ପରଦାକୁ ଆସିବ ରୋମାଣ୍ଟିକ ଓଡିଆ ଫିଲ୍ମ ‘ଲଭ ୟୁ ପ୍ରିୟା’

you tube
35

ଓଡିଆ ଦର୍ଶକଙ୍କ ମନୋରଂଜନ କରିବା ପାଇଁ ଦିପାବଳୀରେ ରିଲିଜ ହେବାକୁ ଯାଇଛି ଓଡିଆ ରୋମାଣ୍ଟିକ ଫିଲ୍ମ ‘ଲଭ ୟୁ ପ୍ରିୟା’ । ଏହି ରୋମାଣ୍ଟିକ ଓଡିଆ ଫିଲ୍ମରେ ଲିଡ ରୋଲରେ ନଜର ଆସିବେ ସୋହମ ସିଂ । ଫିଲ୍ମରେ ସୋହମଙ୍କ ଅପୋଜିଟରେ ନଜର ଆସିବେ ମହିମା ଦାଶ ।
ଜେଏଚବି ଟିଭି ଦ୍ୱାରା ପ୍ରସ୍ତୁତ ଏହି ଫିଲ୍ମକୁ ଜୟସେନ ପ୍ରସ୍ତୁତ କରୁଥିବା ବେଳେ ଏହାର ନିର୍ଦ୍ଦେଶନା ଭାର ତୁଲାଉଛନ୍ତି ବିବେକ କୁମାର । ଆଶୁତୋଷ ବାରିକ ଏହି ଫିଲ୍ମର ଡାଇଲଗ ଲେଖିଛନ୍ତି ।

ଫିଲ୍ମରେ ସୋହମ ଏବଂ ମହିମାଙ୍କ ବ୍ୟତିତ ଜୀବନ ପଣ୍ଡା, ଭୂପତି, ପୃଥ୍ୱୀରାଜ,ଗୁଡୁ, ପୁଷ୍ପା ପଣ୍ଡା, ମୀତା ଚକ୍ରବର୍ତ୍ତୀ, ଜୟସେନ, ରାଜାଙ୍କୁ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ । ଫିଲ୍ମରେ ପ୍ରେମ ସହିତ ପାରିବାରିକ ଆବେଗକୁ ମଧ୍ୟ ସ୍ଥାନ ଦେଇଛନ୍ତି ମେକର୍ସ । କହିରଖୁଛୁ ଯେ, ମୁମ୍ବାଇରେ ରହୁଥିବା ସୋହମ ବସନ୍ତ ନାୟକ ଏଣ୍ଟରଟେନମେଣ୍ଟ ବ୍ୟାନରରେ ପ୍ରସ୍ତୁତ ୟୁଟ୍ୟୁବ ଫିଲ୍ମ ‘ଟାଇଗର’ରେ ଓଲିଉଡକୁ କମବ୍ୟାକ କରିଥିଲେ । ଫିଲ୍ମ ‘ଲଭ ୟୁ ପ୍ରିୟା’ରେ ସୋହମଙ୍କୁ ଦର୍ଶକ ଏକ ଭିନ୍ନ ଚରିତ୍ରରେ ନଜର ଆସିବେ ବୋଲି ମେକର୍ସ କହିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More