Only for Entertainment

‘ବ୍ରହ୍ମାସ୍ତ୍ର’ର ସୁଟିଂ ସେଟରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସାକ୍ଷାତ କଲେ ରଣବୀର-ଆଲିଆ, ଦେଖନ୍ତୁ ଫଟୋ

Hindustan Times
0 44

ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ୩ ଦିନ ପାଇଁ ୟୁରୋପୀୟ ଦେଶ ଯାତ୍ରରେ ଅଛନ୍ତି । ନିକଟରେ ରାମନାଥ କୋବିନ୍ଦ ବୁଲଗେରିଆର ରାଜଧାନୀ ସୋଫିୟା ପହଁଚିଥିଲେ । ସେଠାରେ ସେ ଅଭିନେତା ରଣବୀର କପୁର ଏବଂ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ସୁଟିଂ ସେଟକୁ ବୁଲିବା ପାଇଁ ଯାଇଥିଲେ । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସହିତ ବୁଲଗେରିଆ ପ୍ରେସିଡେଣ୍ଟ ରୁମେନ ରଦେବ ମଧ୍ୟ ସୁଟିଂ ସେଟକୁ ଯାଇଥିଲେ ।

pic‘ବ୍ରହ୍ମାସ୍ତ୍ର’ର ସୁଟିଂ ଏବେ ବୁଲଗେରିଆରେ ଚାଲିଛି । ଏହାକୁ ନଜରରେ ରଖି ଦୁଅ ଦେଶର ରାଷ୍ଟ୍ରପତି ସୁଟିଂ ସେଟରେ ପହଁଚିଥିଲେ । ଫିଲ୍ମର ଷ୍ଟାରକାଷ୍ଟଙ୍କ ସହିତ ସାକ୍ଷାତ କରିବାର ଫଟୋ ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିଜ ଇଂଷ୍ଟା ଆକାଉଣ୍ଟରେ ସେୟାର କରିଛନ୍ତି । ଫଟୋରେ ଦୁଇ ଦେଶର ରାଷ୍ଟପତି, ରାମନାଥ କୋବିନ୍ଦଙ୍କ ପତ୍ନୀଙ୍କ ସହିତ ରଣବୀର କପୁର, ଆଲିଆ ଭଟ୍ଟ ଏବଂ ଫିଲ୍ମର ନିର୍ଦ୍ଦେଶକ ଆୟାନ ମୁଖର୍ଜି ନଜର ଆସିଛନ୍ତି ।

pic1ଦୁଇ ଦେଶର ରାଷ୍ଟ୍ରପତି ଇଣ୍ଡୋ-ବୁଲଗାରିଆ କ୍ରୁ ମେମ୍ବର ଏବଂ ଷ୍ଟାରକାଷ୍ଟଙ୍କ ସହିତ ଆଲୋଚନା କରିଥିଲେ । ଏହା ସହିତ ଦୁଇ ଦେଶର ସନେମା ଏବଂ ସଂସ୍କୃତି ଉପରେ ମଧ୍ୟ ଆଲୋଚନା କରିଥିଲେ ।

କହିରଖୁଛୁ ଯେ, ଫିଲ୍ମ ‘ବ୍ରହ୍ମାସ୍ତ୍ର’ ଏକ ରୋମାଣ୍ଟିକ ସୁପରନ୍ୟାଚୁରାଲ ଥ୍ରିଲର ମୁଭି । ଫିଲ୍ମ ଆଗାମୀ ବର୍ଷ ରିଲିଜ କରାଯିବ । ଫିଲ୍ମରେ ରଣବୀର ଏବଂ ଆଲିଆଙ୍କ ବ୍ୟତିତ ଅମିତାଭ ବଚ୍ଚନ ଏବଂ ମୌନି ରୟ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More