Only for Entertainment

‘ଲଭରାତ୍ରୀ’ର ଆଉ ଏକ ନୂଆ ଗୀତ ‘ଅଖ ଲଡ ଜାୱେ’ ରିଲିଜ, ନଜର ଆସିଲା ଆୟୁଷ ଏବଂ ବାରନାଙ୍କ ଜବରଦସ୍ତ କେମେଷ୍ଟ୍ରୀ ।

LatestLY
0 61

ସଲମାନ ଖାନଙ୍କ ଭିଣୋଇ ଆୟୁଷ ଶର୍ମା ଏବଂ ବାରିନା ହୁସେନଙ୍କ ଡେବ୍ୟୁ ଫିଲ୍ମ ‘ଲଭରାତ୍ରୀ’ର ନୂଆ ଗୀତ ‘ଅଖ ଲଡ ଜାୱେ’କୁ ରିଲିଜ କରାଯାଇଛି । ଗୀତରେ ଆୟୁଷ ଏବଂ ବାରିନାଙ୍କ ଦମଦାର ଡ୍ୟାନ୍ସ ମୁଭସ ସହିତ ଦବରଦସ୍ତ କେମେଷ୍ଟ୍ରୀ ଦେଖିବାକୁ ମିଳିଛି । ପାର୍ଟି ସଙ୍ଗ ହୋଇଥିଲେ ମଧ୍ୟ ଏହା ମ୍ୟୁଜିକ ଲାଉଡ ହୋଇନାହିଁ । ଏହକୁ ଦେଖିବା ପରେ ଆପଣ ମଧ୍ୟ ଗୀତଟିକୁ ଭଲପାଇ ବସିବେ ।

ଗୀତଟିକୁ ତାନିଷ୍କ ବାଗଚୀ କମ୍ପୋଜ କରିବା ସହିତ ଲିରିକ୍ସ ମଧ୍ୟ ଲେଖିଛନ୍ତି । ଗୀତକୁ ଲେଖିବା ପାଇଁ ସେ ବାଦଶାହଙ୍କ ସାହାଯ୍ୟ ନେଇଛନ୍ତି । ତାନିଷ୍କ ନିକଟରେ ‘ଦିଲବର’ ସିଙ୍ଗର ରିକ୍ରିଏଟ କରିଥିଲ ଯାହାକୁ ବର୍ଷର ବେଷ୍ଟ ରିମେକ ଭର୍ସନ ବୋଲି କହିବା ଭୁଲ ହେବ ନାହିଁ । ଏହି ଗୀତଟି ମଧ୍ୟ ଦର୍ଶକଙ୍କୁ ଖୁବ ପସନ୍ଦ ଆସିବ ବୋଲି ଆଶା କରାଯାଉଛି । ଗୀତରେ ଅସୀସ କୌର ଏବଂ ଜୁବିନ ନୌଟିୟାଲଙ୍କ ସୁମଧୁର ସ୍ୱର ସହିତ ବାଦଶାହଙ୍କ ରାପ ଗୀତରେ ଚାର ଚାନ୍ଦ ଲଗାଇଛି ।

ଦେଖନ୍ତୁ-

ଏହା ପୂର୍ବରୁ ଫିଲ୍ମର ଟ୍ରେଲର ଏବଂ ପ୍ରଥମ ଗୀତକୁ ରିଲିଜ କରାଯାଇଥିଲା ଯାହାକୁ ଦର୍ଶକ ଖୁବ ପସନ୍ଦ କରିଛନ୍ତି । ଫିଲ୍ମ ୫ ଅକ୍ଟୋବରରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More