Only for Entertainment

ଅନଲାଇନରେ ଲିକ ହେଲା ବଲିଉଡ ଫିଲ୍ମ ଲୁକା ଛୁପି ।

jansatta
97

କାର୍ତ୍ତିକ ଆର‌୍ୟନ ଏବଂ କ୍ରିତି ସାନନଙ୍କ ଅଭିନୀତ ଫିଲ୍ମ ଲୁକା ଛୁପି ପାଇରେଟେଡ ୱେବସାଇଟ ତାମିଲରକର୍ସ ଅନଲାଇନ ଲିକ କରିଦେଇଛି । ଫିଲ୍ମରେ ଲିଭ ଇନରେ ବିବାହର ଡ୍ରାମାକୁ ଦେଖାଯାଇଛି । ତାମିଲରକର୍ସ ଲୁକା ଛୁପି ଫିଲ୍ମର କପିରାଇଟେଡ ପ୍ରିଂଟକୁ ଆଇନ ଅବମାନନା କରି ଲିକ କରାଯାଇଛି । ଫିଲ୍ମର ଅନଲାଇନ ଲିକ ପରେ କୁହାଯାଉଛିଯେ ଫିଲ୍ମର ଇନକମ ଉପରେ ପ୍ରଭାବ ପଡ଼ିଛି । ରିଲିଜର କିଛି ସମୟ ପରେ ଫିଲ୍ମ ଲିକ ହେବା ଦ୍ୱାରା ନିର୍ମାତା ଚିନ୍ତିତ ହୋଇ ପଡ଼ିଛନ୍ତି ।

ଏହା ପ୍ରଥମ ଥର ନୁହେଁ ଯେତେବେଳେ ତାମିଲ ରକର୍ସ ବଲିଉଡ ଫିଲ୍ମକୁ ଲିକ କରିଛି, ଏହା ପୂର୍ବରୁ ମଧ୍ୟ ଏକାଧିକ ଫିଲ୍ମ ସହିତ ଏଭଳି ଆଇନ ଅମାନ୍ୟ କାମ ହୋଇଛି । ଫିଲ୍ମ ଟୋଟାଲ ଧମାଲ, ମଣିକର୍ଣ୍ଣିକା, ଉରି, ଦ ଆକ୍ସିଡେଂଟାଲ ପ୍ରାଇମ ମିନିଷ୍ଟର ଭଳି ଫିଲ୍ମ ଅନଲାଇନରେ ଲିକ ହୋଇସାରିଛି । ଏହା ସହିତ ୨.୦, ଟ୍ୟାକ୍ସିବାଲା,କାଲା, ସରକାର ଓ ପେଟ୍ଟା ଭଳି ତାମିଲ ଫିଲ୍ମ ମଧ୍ୟ ଅନଲାଇନରେ ଲିକ କରିଛି ତାମିଲରକର୍ସ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More