Only for Entertainment

‘ଲୁକାଛୁପି’ କରୁଥିବାର ନଜର ଆସିଲେ କାର୍ତ୍ତିକ –କୃତି, ସିକ୍ରେଟ ଲୁଚାଉଥିବା ଜବରଦସ୍ତ କମେଡି ଏବଂ ଅଭିନୟ ସଜ୍ଜିତ ଟ୍ରେଲର ରିଲିଜ !

43

ଅଭିନେତା କାର୍ତ୍ତିକ ଆର‌୍ୟନ ଏବଂ କୃତି ସାନନଙ୍କ ଆଗାମୀ ଫିଲ୍ମ ‘ଲୁକାଛୁପି’ର ଦୁଇଟି ପୋଷ୍ଟର ଆସିବା ପରେ ଏବେ ଏହି ଫିଲ୍ମର ଟ୍ରେଲର ରିଲିଜ ହୋଇଛି । ଟ୍ରେଲର ଖୁବ ମଜାଦାର ହୋଇଥିବା ବେଳେ ଏଥିରେ କମେଡିର ଜବରଦସ୍ତ ତଡକା ଦେଖିବାକୁ ମିଳିଛି ।

ଟ୍ରେଲରର ଆରମ୍ଭ ବିବାହରୁ ହୋଇଛି । ଯେଉଁଥିରେ ଗୁଡ୍ଡୁ ଅର୍ଥାତ କାର୍ତ୍ତିକ ନିଜ ବିବାହ ପାଇଁ ଝିଅ ଦେଖିବାକୁ ଯାଉଛନ୍ତି ଏବଂ ପ୍ରଥମ ଦେଖାରେ ହିଁ କୃତ୍ତି ସାନନ ତାଙ୍କୁ ପ୍ରପୋଜ କରିଦେଇଛନ୍ତି । ଏହାପରେ ସେ ବିବାହ ପରିବର୍ତ୍ତେ ଲିଭ-ଇନରେ ରହିବାକୁ କହିଛନ୍ତି ।

କାହାଣୀରେ ସେତେବେଳେ ଭିନ୍ନ ମୋଡ ଆସୁଛି , ଯେତେବେଳେ ଦୁହେଁ ବିବାହ ନ କରି ଏକାସାଙ୍ଗେ ରହିଛନ୍ତି । ଧୀରେ ଧୀରେ ଘର ଲୋକଙ୍କ କାନରେ ଏହି କଥା ପଡୁଛି , ସେମାନେ ଭାବିଛନ୍ତି ଯେ ଦୁହେଁ ବିବାହ କରି ନେଇଛନ୍ତି । ଫିଲ୍ମରେ କମେଡି ଭରା ଡାଏଲଗ ମଧ୍ୟ ରହିଛି । ଯାହା ଫ୍ୟାନ୍ସମାନଙ୍କୁ ହସାଇ ବେଦମ କରିପକାଇବ । ଏହା କହିବା ଭୁଲ ହେବ ନାହିଁ ଯେ ଟ୍ରେଲର ଖୁବ ଜବରଦସ୍ତ ହୋଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More