Only for Entertainment

ରିଲିଜ ହେଲା ‘ଲୁକା ଛୁପ୍ପି’ର ଆଉ ଏକ ନୂଆ ଗୀତ ‘ଦୁନିୟା’, ଦେଖନ୍ତୁ ଭିଡିଓ

Latestly
29

ଆଗାମୀ ବଲିଉଡ୍ ରୋମାଂଟିକ୍ – କମେଡି ଫିଲ୍ମ ‘ଲୁକା ଛୁପ୍ପି’ର ରୋମାଂଟିକ୍ ଗୀତ ‘ଦୁନିୟା’ ମୁକ୍ତିଲାଭ କରିଛି । ଗୀତରେ ଫିଲ୍ମର ଲିଡ୍ ଷ୍ଟାର୍ କାର୍ତିକ ଆର‌୍ୟନ୍ ଓ କ୍ରିତି ସାନୋନଙ୍କ ଭିତରେ ହାଲକା ଫୁଲକା ରୋମାନ୍ସ ଦେଖିବାକୁ ମିଳିଛି । ଆକର୍ଷଣୀୟ ପିକଚରାଇଜେସନ୍ ସହ ବିୟୁଟିଫୁଲ୍ ଲୋକେସନ୍ ଏହି ଗୀତକୁ କରିଛି ଖାସ୍ । ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିବେ କାର୍ତିକ୍ ଆର‌୍ୟନ ଓ କ୍ରିତି ସାନୋନ୍ ।

ପ୍ରଥମ ଥର ପାଇଁ ଏହି ଯୋଡି ପରଦାରେ ରୋମାନ୍ସ କରିଛନ୍ତି । ଆଉ ରିଲିଜ୍ ହୋଇଥିବା ଏହି ଗୀତରେ ତାହାର କିଛି କିଛି ଝଲକ ଦେଖିବାକୁ ମିଳିଛି । ରିଲିଜ୍ ହୋଇଥିବା ଏହି ରୋମାଂଟିକ୍ ଗୀତରେ ଶୁଣିବାକୁ ମିଳିଛି ଅଖିଲ୍ ଓ ଧ୍ୱନୀ ଭାନୁଶାଳୀଙ୍କ ଆକର୍ଷଣୀୟ ଗାୟିକି । ଗୀତରେ ସଙ୍ଗୀତର ଭାର ତୁଲାଇଛନ୍ତି ଅଭିଜୀତ୍ ଭଗନାନୀ । ଏହି ଗୀତର ଲିରିକ୍ସ ଦେଇଛନ୍ତି କୁନାଲ୍ ବର୍ମା । ଏହା ପୂର୍ବରୁ ଫିଲ୍ମର ଅନେକ ଗୀତକୁ ରିଲିଜ କରାଯାିଛି ଯାହାକୁ ଦର୍ଶକ ବେଶ ପସନ୍ଦ କରିଛନ୍ତି ।

ଫିଲ୍ମରେ କାର୍ତିକ୍ ଓ କ୍ରିତିଙ୍କ ବ୍ୟତୀତ ପଙ୍କଜ ତ୍ରିପାଠୀ, ଅପରିକ୍ଷୀତ୍ ଖୁରାନା, ବିନୟ ପାଠକ ଆଦି କଳାକାରଙ୍କ ଅଭିନୟ ଦେଖିବାକୁ ମିଳିବ । ଦିନେଶ ବିଜାନଙ୍କ ପ୍ରଯୋଜନାରେ ଏହି ଅପକମିଂ ସିନେମାରେ ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ଲକ୍ଷ୍ମଣ ଉଟେକର୍ । ୧ ମାର୍ଚ୍ଚରେ ପରଦାକୁ ଆସିବ ଚଳଚ୍ଚିତ୍ର ଲୁକା ଛୁପ୍ପି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More