Only for Entertainment

ରେଡ କାରପେଟରେ ଷ୍ଟାରସଙ୍କ ଭିଡ ମନମୋହିଲେ ଗ୍ଲାମର ଗର୍ଲସ ଓ ବୋଲ୍ଡ ବୟଜ

33

ନିକଟରେ  ମୁମ୍ବାଇରେ ଅନୁଷ୍ଠିତ ହୋଇ ଯାଇଛି ଲକ୍ସ ଗୋଲଡେନ ରୋଜ ଆୱାର୍ଡ ୨୦୧୮ । ଗ୍ଲାମର୍ ଗଳିରେ ନାୟିକାଙ୍କ ଲୁକ୍ସ ଓ ସୁନ୍ଦରତାକୁ ନେଇ ଏମାନଙ୍କୁ ସମ୍ମାନିତ କରାଯାଇଛି । ତେବେ ଏହି ଗ୍ଲାମର ଇଭେଂଟ୍ର ସଂନ୍ଧ୍ୟା ବେଶି ରଙ୍ଗୀନ ହୋଇ ଯାଇଥିଲା, ଯେତେବେଳେ ରେଡ୍ କାର୍ପେଟ୍ରେ ଓହ୍ଲାଇଥିଲେ ବଲିଉଡ୍ର ଏକ ସେ ଏକ ସୁନ୍ଦରୀ । ସଭିଁଏ ନଜର ଆଶିଥିଲେ ଏକଦମ୍ ହଟକେ । ଏକଦମ ଗର୍ଜିଅସ ।

ବଲିଉଡରେ ନୂଆ କରି ଏଟ୍ରିଂ କରିଥିବା ଶ୍ରୀଦେବୀଙ୍କ ଲାଡଲି ଜାହ୍ନବୀଙ୍କୁ କିଛି ଏଭଳି ଦେଖିବାକୁ ମିଳିଛି ।ହ୍ୱାଇଟ ଲଙ୍ଗ ଗ୍ରାଉନରେ ଧଡକ ଗର୍ଲ କୌଣସି ପରୀଠୁୁ କିଛି କମ ଲାଗୁନଥିଲେ । ଲାଈଟ ଓ ଡାର୍କ ପିଙ୍କ ସେଡସ କଲର ଆଉଟଫିଟରେ ବଲିଉଡ ବେଗମ ରେଡ କାରପେଟକୁ ଓହ୍ଲାଇଛନ୍ତି । ପ୍ରତିଥର ପରି ଏଥରକ ମଧ୍ୟ କରୀନାଙ୍କ ଲୁକର ଜବାବ ନଥିଲା । ଭଟ୍ଟ ଗର୍ଲ ଆଲିଆ ହ୍ୱାଇଟ ଲଙ୍ଗ ଗ୍ରାଉନରେ ଆୱାର୍ଡ ନାଇଟକୁ ଅଧିକ ରଙ୍ଗୀନ କରିଛନ୍ତି ।

ସେହପରି ନିଳନୟନା ଐଶ୍ୱର୍ଯ୍ୟା ରାୟବଚ୍ଚନଙ୍କ ନିଜର ଅଲ ଟାଇମ ଫେଭରେଟ କଲର ରେଡ କଲର ଡ୍ରେସ ସହ ରେଡ କାରପେଟକୁ ଓହ୍ଲାଇଛନ୍ତି । ଅନ୍ୟପଟେ କପୁର ଲାଡଲି କରିସ୍କା , ଶ୍ରୀଲଙ୍କାନ ବ୍ୟୁଟି ଜ୍ୟାକଲିନ ଫଡନବିଜ ରକୁଲପ୍ରୀତ, ଚିତ୍ରାଙ୍ଗଦା ସିଂ, ତାପସୀ ପନ୍ନୁ, କୈଫ ସିଷ୍ଟର ଇସାବେଲ, ମିିସ ୱାଲ୍ଡ ମାନୁଷୀ ଚିଲ୍ଲାର, ସ୍ମଲସ୍କ୍ରିନ ନାୟିକା ଅଙ୍କିତା ଲୋଖାଣ୍ଡେ ନିଜର ଆର୍କଷଣୀୟ ଚାହାଣୀ ଓ ମନମତାଣିଆ ଅନ୍ଦାଜରେ ଫ୍ୟାନଙ୍କ ମନ ଚୋରି କରିଛନ୍ତି ।

 

ଗୋଟେ ପଟେ ବଲିଉଡର ନୂଆ ନାୟିକା ଶୋରେ ପହଁଚି ନିଜ ନିଜର ଜଳୱା ଦେଖାଇଥିବାବେଳେ ପଛରେ ପଛରେ ନଥିଲେ ଓଲଡ ଗୋଲ୍ଡ ନାୟିକ।। । ଶୋରେ ବିଗତ ଜମାନର ଆଗାଧାଡିର ନାୟିକାଙ୍କ ଝଲକ ଦେଖିବାକୁ ମିଳିଛି । ଆୱାର୍ଡ ନାଇଟର ଅନ୍ୟତମ ଆର୍କଷଣ ହୋଇଛନ୍ତି ଏଭରଗ୍ରୀନ ବୁୃ୍ୟଟି ରେଖାଙ୍କ ହ୍ୱାଇଟ ଓ ଗୋଲଡେନ କଲର ଶାଡୀ ।ମ୍ୟାଚିଙ୍ଗ ଜୁଲଲରୀ ସହ ଆସେସୋରିଜ ସହ ରେଖାଙ୍କ ଲୁକ କିଛି ଏଭଳି ରହିଛି ।ଅନ୍ୟପଟେ ଡ୍ରିମଗର୍ଲଙ୍କ ସାଇନିଂ ଗୋଲଡେନ ଗେଟଅପ ଫ୍ୟାନଙ୍କ ମନ ଜିତିଛ ।

 

ରେଖା ହେମାମାଳୀନୀ,ଐଶ୍ୱର୍ଯ୍ୟା ରାୟ ବଚ୍ଚନ, କରୀନା କପୁର, ଜାହ୍ନବୀ କପୁର,ଆଲିଆ ଭଟ୍ଟ,ସୋନମ କପୁର,ସ୍ୱର ଭାସ୍କର,ମାଧୁରୀ ଦିକ୍ଷିତ ନେନେ ବିଭିନ୍ନ କ୍ୟାଟୋଗୋରୀରେ ସମ୍ମାନିତ କରଯାଇଛି ।ସେହିପରି କାଜୋଲ ଓ ଶାହାରୁଖଙ୍କ ଯୋଡିକୁ ଲକ୍ସ ଗୋଲ୍ଡଡେନ ରୋଜ ଟାଇମେଲେସ ଆୱାର୍ଡ ପ୍ରଦାନ କରଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More