Only for Entertainment

ବିଶ୍ୱର ସବୁଠାରୁ ମହଙ୍ଗା ଛାଡପତ୍ର ! ଜେଫ୍ ବୋଜେସଙ୍କ ଠାରୁ ଅଲଗା ହେବ ପରେ ମ୍ୟାକେଞ୍ଜି ବନିଛନ୍ତି ବିଶ୍ୱର ଚତୁର୍ଥ ଧନୀକ ମହିଳା

Fox News
30

ଆମାଜନର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଜେଫ୍‍ ବୋଜେସଙ୍କ ଛାଡପତ୍ର ପ୍ରକ୍ରିୟା ପୂର୍ଣ୍ଣ ହୋଇଛି । ଜେଫଙ୍କଠାରୁ ଛାଡପତ୍ର ପାଇବା ପରେ ତାଙ୍କ ପୂର୍ବ ପତ୍ନୀ ମ୍ୟାକେଞ୍ଜି ବନିଛନ୍ତି ବିଶ୍ୱର ଚତୁର୍ଥ ଧନୀକ ମହିଳା । ସେ ବିଶ୍ୱର ଧନୀକ ତାଲିକାରେ ୨୩ତମ ସ୍ଥାନରେ ରହିଛନ୍ତି ।

ବ୍ଲୁମ୍‍ବର୍ଗ ବିଲେନିୟର ଇଣ୍ଡେକ୍ସ ଅନୁସାରେ ମ୍ୟାକେଞ୍ଜିଙ୍କ ମୋଟ ସମ୍ପତ୍ତି ଏପ୍ରିଲ ୫, ୨୦୧୯ର ସକାଳ ୧୧ଟା ବେଳକୁ ପହଞ୍ଚିଥିଲା ୨.୫ ଲକ୍ଷ କୋଟି ଟଙ୍କାରେ । ମ୍ୟାକେଞ୍ଜିଙ୍କୁ ତାଙ୍କ ଭାଗ ଦେବା ପରେ ମଧ୍ୟ ଜେଫ ବିଶ୍ୱର ସବୁଠୁ ଧନୀକ ବ୍ୟକ୍ତି ଭାବେ ତାଙ୍କ ସ୍ଥାନକୁ ସୁରକ୍ଷିତ ରଖିଛନ୍ତି । ଛାଡପତ୍ର ପୂର୍ବରୁ ଜେଫ ଏବଂ ମ୍ୟାକେଞ୍ଜିଙ୍କ ନିକଟରେ ମିଳିତ ଭାବେ ଆମାଜନର ୧୬% ସେୟାର ଥିଲା । ଏବେ ୪% ମ୍ୟାକେଞ୍ଜିଙ୍କ ନିକଟକୁ ଯାଇଛି । ଏହି ୪% ସେୟାରର ମୂଲ୍ୟ ହେଉଛି ୨.୫ ଲକ୍ଷ କୋଟି ଟଙ୍କା । ସେହିପରି ଜେଫଙ୍କ ନିକଟରେ ଥିବା ସେୟାର ମୂଲ୍ୟ ହେଉଛି ୭.୮ ଲକ୍ଷ କୋଟି ଟଙ୍କା ।

amazone

ରିପୋର୍ଟ ଅନୁସାରେ ବିଶ୍ୱର ଟପ ଧନୀକ ମହିଳା ତାଲିକାରେ ଫ୍ରାନ୍ସର ବେଟେନକୋର୍ଟ ମିୟର୍ସ ରହିଛନ୍ତି । ତାଙ୍କର ମୋଟ ସମ୍ପତ୍ତି ହେଉଛି ୫୩୭୦ କୋଟି ଡଲାର । ସେ ଲରିୟଲର ମୁଖ୍ୟ ଅଛନ୍ତି । ସେହିପରି ୱାଲମାର୍ଟର ଏଲାଇସ ୱାଲଟନ୍‍ ୪୪୨୦ କୋଟି ଡଲାର ସହ ଦ୍ୱିତୀୟରେ ଏବଂ ଆମେରିକାର ଜ୍ୟାକଲିନ୍‍ ମାର୍ସ ୩୭୧୦ କୋଟି ସହ ତୃତୀୟ ସ୍ଥାନରେ ରହିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, ଜେଫ୍‍ ଏବଂ ମ୍ୟାକେଞ୍ଜି ଛାଡପତ୍ର ନେଇଥିଲେ ମଧ୍ୟ ଉଭୟେ ଏହାର କାରଣ ସମ୍ପର୍କରେ ଉଲ୍ଲେଖ କରିନାହାନ୍ତି । କିଛି ଦିନ ତଳେ ଏଭଳି ଖବର ଆସିଥିଲା ଯେ, ବୋଜେସ୍‍ ପୂର୍ବ ଟିଭି ଉପସ୍ଥାପିକା ଲରେନ୍‍ ସାଞ୍ଚେଜଙ୍କ ସହ ରିଲେସନସିପରେ ଅଛନ୍ତି । ସାଞ୍ଚେଜ ମଧ୍ୟ ନିଜ ସ୍ୱାମୀଙ୍କଠାରୁ ଛାଡପତ୍ର ନେଇ ସାରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More