Only for Entertainment

ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ଟ୍ୟାଗଲାଇନକୁ ନେଇ ଫିଲ୍ମ ନିର୍ମାଣ କରିପାରନ୍ତି ମଧୁର ଭଣ୍ଡାର ।

India Today
24

ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନୀକୁ ନେଇ ଏକ ଫିଲ୍ମ ନିର୍ମାଣ ହୋଇଥିଲା, ଯେଉଁଥିରେ ମୁଖ୍ୟ ଚରିତ୍ରରେ ନଜର ଆସିଥିଲେ ବଲିଉଡ ଅଭିନେତା ବିବେକ ଓବରୟ । କେବଳ ସେତିକି ନୁହେଁ ‘ଚଲୋ ଜିତେ ହେଁ’ ଭଳି ଏକ ଡକ୍ୟୁମେଂଟ୍ରି ଫିଲ୍ମ ମଧ୍ୟ ନିର୍ମାଣ ହୋଇଛି । ଯାହାକୁ ଦର୍ଶକ ଖୁବ ପସନ୍ଦ କରିଥିଲେ । ତେବେ ପୁଣିଥରେ ପ୍ରଧାନମନ୍ତ୍ରୀଙ୍କ ଏକ ଟ୍ୟାଗଲାଇନକୁ ନେଇ ଫିଲ୍ମ ନିର୍ମାଣ ହେବାକୁ ଯାଉଥିବା କଥା ଶୁଣିବାକୁ ମିଳିଛି । ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ମଧୁର ଭଣ୍ଡାରକର ବାସ୍ତବବାଦୀ ଫିଲ୍ମ ନିର୍ମାଣ କରିବାକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ଚାନ୍ଦନୀ ବାର୍‌, ପେଜ୍‌-୩, ଫେଶନ ଏବଂ ହିରୋଇନ ଭଳି ଫିଲ୍ମ ଦ୍ୱାରା ଗ୍ଲାମର ଇଣ୍ଡଷ୍ଟ୍ରୀର ଅନେକ ଅଜଣା କଥା ଲୋକମାନଙ୍କ ସାମ୍ନାକୁ ଆଣିଛନ୍ତି ମଧୁର ଭଣ୍ଡାରକର । ଏତେ ସବୁ ପରେ ଏବେ ମଧୁର ଭଣ୍ଡାରକର ‘ମେଁ ଭି ଚୌକିଦାର’ ଟାଇଟେଲକୁ ନେଇ ଫିଲ୍ମ ତିଆରି କରିବାକୁ ଯାଉଥିବା ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ଏହି ଚର୍ଚ୍ଚାକୁ କେବଳ ଏକ ଗୁଜବ ବୋଲି କହିଛନ୍ତି ମଧୁର ଭଣ୍ଡାରକରଙ୍କ ପ୍ରବକ୍ତା ।

ସୂଚନା ମୁତାବକ, ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ଏବଂ ପ୍ରଧାନମନ୍ତ୍ରୀ ମୋଦୀ ‘ମେଁ ଭି ଚୌକିଦାର’ ଟ୍ୟାଗ୍‌ଲାଇନ ସହ ନିର୍ବାଚନ ପ୍ରଚାର କରିଥିଲା । ବିଜେପି ନେତାମାନେ ନିଜ ନିଜ ଟୁଇଟ୍‌ର ଆକାଉଣ୍ଟରେ ଚୌକିଦାର ନାଁକୁ ସାମିଲ କରିଥିଲେ । କିନ୍ତୁ ନିର୍ବାଚନର ଫଳାଫଳ ଆସିବା ପରେ ପ୍ରଧାନମନ୍ତ୍ରୀ ମୋଦୀ ଏହି ଟ୍ୟାଗ୍‌ଲାଇନ୍‌କୁ ନିଜ ଆକଉଣ୍ଟରୁ ହଟାଇ ଦେଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More