Only for Entertainment

ପତ୍ନୀ ସୁନିତାଙ୍କୁ ମାଧୁରୀଙ୍କ ନାମରେ ଡାକୁଥିଲେ ଅନିଲ କପୁର,ଏହା ହେଉଛି କାରଣ ।

voot
0 44

ଅନିଲ କପୁର ସଲାମନଙ୍କ ଗେମ ଶୋ ଦଶ କା ଦମରେ ଏକ ଖୁଲାସା କରିଛନ୍ତି । ତାଙ୍କ କହିବା ଅନୁସାରେ ସମୟ ଥିଲା ଯେତେବେଳେ ସେ ତାଙ୍କ ପତ୍ନୀ ସୁନିତାଙ୍କୁ ମାଧୁରୀ ବୋଲି ଡାକୁଥିଲେ ।

 

ବାସ୍ତବରେ ରେସ ଥ୍ରିର ପୂରା କାଷ୍ଟ ଫିଲ୍ମର ପ୍ରମୋଶନ ପାଇଁ ଦଶ କା ଦମ ସେଟରେ ପହଂଚିଥିଲେ । ଏହି ସମୟରେ ସଲମାନ ପ୍ରଶ୍ନ ପଚାରିଥିଲେଯେ କେତେ ପ୍ରତିଶତ ଭାରତୀୟ ତାଙ୍କ ପତ୍ନୀଙ୍କୁ ଅନ୍ୟ ନାମରେ ଡାକନ୍ତି । ସେହି ସମୟରେ ଅନିଲ କପୁର କହିଲେଯେ ସେ ତାଙ୍କ ପତ୍ନୀକୁ କେବେ କେବେ ମାଧୁରୀଙ୍କ ନାମରେ ଡାକି ଦିଅନ୍ତି ।

 

ଅନିଲଙ୍କ ଉତ୍ତର ଶୁଣି ସମସ୍ତେ ହସିବାକୁ ଲାଗିଲେ । ଅନିଲ କହିଲେଯେ ସେ ଅଧିକ ଫିଲ୍ମ ମାଧୁରୀଙ୍କ ସହିତ କରୁଥିଲେ । ତେଣୁ ଘରକୁ ଗଲେ ମଧ୍ୟ ସେ ତାଙ୍କ ପତ୍ନୀକୁ କେବେ କେବେ ମାଧୁରୀ ବୋଳି ଡାକି ଦିଅନ୍ତି । କିନ୍ତୁ ତାଙ୍କ ସ୍ତ୍ରୀ ଏଥିରେ କୌଣସି ପ୍ରତିକ୍ରିୟା କରନ୍ତି ନାହିଁ । କାରଣ ତାଙ୍କ ପତ୍ନୀ ସୁନିତା ଅନିଲଙ୍କୁ ସମସ୍ତ କାମରେ ଉତ୍ସ୍ାହିତ କରନ୍ତି ଏବଂ ସେ ଜାଣିଥିଲେଯେ ଫିଲ୍ମରେ ବ୍ୟସ୍ତ ରହୁଥିବା କାରଣରୁ ଏ ସବୁ ହୋଇଥାଏ । ସୁନିତା ସବୁବେଳେ ଅନିଲ କପୁରଙ୍କୁ ସପୋର୍ଟ କରନ୍ତି ।

ମାଧୁରୀ ଏବଂ ଅନିଲ କପୁର ୯୦ ଦଶକର ହିଟ ଯୋଡ଼ି ଥିଲେ । ଦୁଇଜଣ ଏକା ସାଙ୍ଗରେ ଏକାଧିକ ଫିଲ୍ମ କରିଛନ୍ତି । ତେଣୁ ଅନିଲଙ୍କୁ କେବେ ମଧ୍ୟ ନିଜ ଭୁଲର ପଶ୍ଚାତାପ ହୋଇନଥାଏ । ତଥାପି ସେ ସୁନିତାଙ୍କୁ ସବୁବେଳେ ପ୍ରଶଂସା କରନ୍ତି । ତେବେ ଦର୍ଶକ ସେହି ଦୁଇଜଣଙ୍କ ଯୋଡ଼ିକୁ ଖୁବ ପସନ୍ଦ ମଧ୍ୟ କରନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More