Only for Entertainment

ଏହି କ୍ରିକେଟରଙ୍କୁ ବିବାହ କରିବାକୁ ଚାହୁଁଥିଲେ ମାଧୁରୀ, ଏକ ଭୂଲ କାରଣରୁ ଅଧା ରହିଗଲା ଲଭ ଷ୍ଟୋରୀ !

Recharzon
0 101

ନିଜର ହସରେ ଲୋକଙ୍କୁ ଦିୱାନା ବନାଉଥିବା ମାଧୁରୀ ଦିକ୍ଷିତଙ୍କର ଆଜି ଜନ୍ମ ଦିନ ଅଟେ । ଫିଲ୍ମ କଥା ଉଠିଲେ ମାଧୁରୀ ଏବେ ରୋହିତ ସେଟ୍ଟୀଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଟୋଟାଲ ଧମାଲ’ରେ ଅନୀଲ କପୁରଙ୍କ ସହ ପରଦାରେ ନଜର ଆସିବେ । ବଲିଉଡରେ ମାଧୁରୀଙ୍କୁ ପସନ୍ଦ କରୁଥିବା ସଂଖ୍ୟା ଅନେକ ରହିଛି, ମାତ୍ର ମାଧୁରୀ କେବେ କ୍ରିକେଟର ଅଜୟ ଜାଡେଜାଙ୍କୁ ପସନ୍ଦ କରୁଥିଲେ । ଆସନ୍ତୁ ଆମେ ଆପଣଙ୍କୁ ବତାଇବୁ କାହିଁକି ମାଧୁରୀ ଏବଂ ଅଜୟଙ୍କ ସମ୍ପର୍କ ଆଗକୁ ବଢି ପାରିନଥିଲା ।

ମାଧୁରୀଙ୍କ ନାଁ ଅନେକ ଅଭିନେତାଙ୍କ ଯୋଡା ଯାଇଥିଲା ମାତ୍ର ମାଧୁରୀ କ୍ରିକେଟର ଅଜୟ ଜାଡେଜାଙ୍କୁ ପସନ୍ଦ କରୁଥିଲେ । ଦୁହିଁଙ୍କ ସାକ୍ଷାତ ଏକ ମାଗାଜିନ ଫଟୋସୁଟ ସମୟରେ ହୋଇଥିଲା । ପ୍ରତମ ଦେଖାରେ ମାଧୁରୀ ଏବଂ ଅଜୟଙ୍କ ଅଫେୟାର ଥିବା ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଥିଲା ।

ମାଧୁରୀଙ୍କ ସହ ଯୋଡି ହେବା ପରେ ଅଜୟ ଫିଲ୍ମ ଜଗତକୁ ଆସିବେ ବୋଲି ମଧ୍ୟ ଖବର ଶୁଣିବାକୁ ମିଳିଥିଲା । କେବଳ ଏତିକି ନୁହେଁ ଏକ ପ୍ରଡ୍ୟୁସର ମଧ୍ୟ ମାଧୁରୀଙ୍କ ସହ ଅଜୟଙ୍କୁ ଫିଲ୍ମରେ ଅଭିନୟ ପାଇଁ ସିଫାରିଶ ମଧ୍ୟ କରିଥିଲେ । ମାଧୁରୀଙ୍କ ସହ ଦେଖା ହେବା ପରେ ଅଜୟଙ୍କ ଖେଳ ଉପରେ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା ଏବଂ ତାଙ୍କର ଧୀରେ ଧୀରେ ଖେଳରେ ଅବନତି ହେବାକୁ ଲାଗିଲେ ।

ଏହି କାରଣରୁ ତାଙ୍କ ଘର ଲୋକ ଜାଡେଜାଙ୍କ ଉପରେ ରାଗିଥିଲେ ଏବଂ ଖେଳ ଉପରେ ଧ୍ୟାନ ଦେବା ପାଇଁ କହିଥିଲେ । ଖବର ମୁତାବକ ଅଜୟ ଏକ ରାଜବଂଶୀ ଥିଲେ ମାତ୍ର ମାଧୁରୀ ଏକ ମଧ୍ୟବିତ୍ତ ପରିବାରର ଥିଲେ ଏହି କାରଣରୁ ଅଜୟଙ୍କ ପରିବାର ଲୋକ ଏହି ସମ୍ପର୍କକୁ ନେଇ ଖୁସି ନଥିଲେ । ତେଣୁ ଅଜୟ ଏବଂ ମାଧୁରୀଙ୍କ ମଧ୍ୟରେ ସମ୍ପର୍କ ଆଗକୁ ବଡି ପାରିନଥିଲା ।

ଅଫେୟାର ଖବର ମଧ୍ୟରେ ଜାଡେଜାଙ୍କ ନାଁ ଆଜାରୁଦ୍ଧିନଙ୍କ ସହ ମ୍ୟାଚ ଫିକ୍ସିଂରେ ଯୋଡି ହେବା କାରଣରୁ ମାଧୁରୀ ଏହି ଭୂଲ ପାଇଁ ତାଙ୍କ ଠାରୁ ଦୂରତା ବନାଇ ଥିଲେ । ଏହାପରେ ସେ ଡାକ୍ତର ମାଧବ ନେନେଙ୍କୁ ବିବାହ କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More