Only for Entertainment

୧୮ ବର୍ଷ ପରେ ବଡ ପରଦାକୁ ଫେରିଲା ମାଧୁରୀ-ଅନିଲଙ୍କ ଯୋଡି

zee news
0 28

ବଲିଉଡ ଅଭିନେତା ଅନିଲ କପୁର ଏବଂ ଅଭିନେତ୍ରୀ ମାଧୁରୀ ଦୀକ୍ଷିତଙ୍କ ଯୋଡି ୧୮ ବର୍ଷ ପରେ ବଡ ପରଦାରେ ନଜର ଆସିବ । ନିକଟରେ ଫିଲ୍ମ ‘ଟୋଟାଲ ଧମାଲ’ର ଫାଷ୍ଟ ଲୁକ ସାମ୍ନାକୁ ଆସିଛି । ଏହା ସାମ୍ନାକୁ ଆସିବାପରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଅନିଲ କପୁର ଏବଂ ମାଧୁରୀ ‘ଟୋଟାଲ ଧମାଲ’ ଜରିଆରେ ବଡ ପରଦାକୁ ଫେରୁଥିବା ବେଳେ ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ଇନ୍ଦ୍ର କୁମାର । ଏହା ପୂର୍ବରୁ ଫିଲ୍ମ ‘ବେଟା’ରେ ତିନି ଜଣ ଏହା ସହିତ କାମ କରିଥିଲେ । ଏବେ ଦୀର୍ଘ ୨୬ ବର୍ଷ ପରେ ଅନିଲ କପୁର, ମାଧୁରୀ ଏବଂ ଇନ୍ଦ୍ର ଏକା ସହିତ କାମ କରିବାର ସୁଯୋଗ ପାଇଛନ୍ତି ।

 

ନିକଟରେ ଅନିଲ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରିଥିଲେ । ଏହି ଫଟୋରେ ସେ ମାଧୁରୀ ଏବଂ ନିର୍ଦ୍ଦେଶକ ଇନ୍ଦର କୁମାରଙ୍କ ସହିତ ନଜର ଆସିଥିଲେ । ଏହା ସହିତ ଅନିଲ ସୁଟିଂ ଆରମ୍ଭ ହେବାର ସୂଚନା ମଧ୍ୟ ଦେଇଥିଲେ । ନିକଟରେ ଫିଲ୍ମର ଟାଇଟଲ ଟ୍ରାକ ସୁଟିଂ ମଧ୍ୟ ହୋଇଛି ।

ଫିଲ୍ମରେ ମାଧୁରୀ ଏବଂ ଅନିଲଙ୍କ ବ୍ୟତିତ ଅଜୟ ଦେବଗନ, ଅରଶଦ ବାର୍ସୀ, ଜାବେଦ ଜାଫରୀ, ରିତେଶ ଦେଶମୁଖ, ଏବଂ ସଂଜୟ ମିଶ୍ରା ପ୍ରମୁଖ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More