Only for Entertainment

ଲୋକସଭା ନିର୍ବାଚନ ପୂର୍ବରୁ ମାଧୁରୀ ନେଲେ ୟୂଟର୍ନ, ବିଜେପି ହେଲା ଆଶ୍ଚର୍ଯ୍ୟ !

amarujala
62

ରାଜନୀତିକୁ ଆସିବେ ନାହିଁ ଧକ୍ ଧକ୍ ଗର୍ଲ ମାଧୁରୀ । ଆସନ୍ତା ଲୋକସଭା ନିର୍ବାଚନରେ ବଲିଉଡର ଚର୍ଚ୍ଚିତ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ଲଢିବେ ବୋଲି ଚର୍ଚ୍ଚା ଜୋର ଧରିଥିଲା । ହେଲେ ଏହି ଚର୍ଚାକୁ ଖଣ୍ଡନ କରିଛନ୍ତି ମାଧୁରୀ ଦୀକ୍ଷିତଙ୍କ ପ୍ରବକ୍ତା । ସେ କହିଛନ୍ତି ଏହା ସଂପୂର୍ଣ୍ଣ କାଳ୍ପନିକ । ଗତକାଲି ମହାରାଷ୍ଟ୍ର ବିଜେପି ପକ୍ଷରୁ ମାଧୁରୀଙ୍କ ନାମ ପୁଣେ ଲୋକସଭା ଆସନ ପାଇଁ ଦଳ ଚୂଡାନ୍ତ କରିଥିବା ସୂଚନା ଆସିଥିଲା । ଜଣେ ବରିଷ୍ଠ ବିଜେପି ନେତା କହିଥିଲେ ମାଧୁରୀଙ୍କୁ ବିଜେପି ପ୍ରାର୍ଥୀ କରିବାକୁ ଗମ୍ଭୀରତାର ସହ ବିଚାର ବିମର୍ଶ କରୁଛି । ଧକ୍ ଧକ୍ ଗାର୍ଲଙ୍କ ପାଇଁ ପୁଣେ ଲୋକସଭା ଆସନ ଠିକ୍ ରହିବ ବୋଲି ଦଳ ଚିନ୍ତା କରୁଥିବା ବିଜେପି ନେତା କହିଥିଲେ ।

ଏହାପରେ ବଲିଉଡର ଧକଧକ ଗର୍ଲଙ୍କ ରାଜନୈତିକ ଇନିଂସକୁ ନେଇ ଚର୍ଚା ସରଗରମ ହୋଇଥିଲା । ହେଲେ ଏବେ ମାଧୁରୀଙ୍କ ପ୍ରବକ୍ତା ଏହି ଚର୍ଚାକୁ ଖଣ୍ଡନ କରିଛନ୍ତି । ଗତ ଜୁନରେ ଅମିତ ଶାହା ଜନସଂପର୍କ ଅଭିଯାନରେ ମାଧୁରୀ ଦୀକ୍ଷିତଙ୍କୁ ତାଙ୍କ ମୁମ୍ବାଇ ସ୍ଥିତ ବାସଭବନରେ ସାକ୍ଷାତ କରି ମୋଦି ସରକାରଙ୍କ ଉପଲବ୍ଧି ବିଷୟରେ ଜଣାଇଥିଲେ । ଏଥିସହ ବିଜେପିରେ ଯୋଗ ଦେବାକୁ ମାଧୁରୀଙ୍କୁ ଅମିତ ଶାହା କହିଥିବା ଚର୍ଚ୍ଚା ଜୋର ଧରିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More