Only for Entertainment

ଶ୍ରୀଦେବୀଙ୍କୁ ମନେ ପକାଇ ଭାବୁକ ହେଲେ ମାଧୁରୀ, ଶେୟାର କଲେ କିଭଳି ହୋଇଥିଲା ଶେଷ ଦେଖା !

27

୮୦କିମ୍ବା ୯୦ଦଶକରେ ଯଦି କେହି ଅଭିନେତ୍ରୀଙ୍କୁ ସୁପରଷ୍ଟାର ଭଳି ଖ୍ୟାତି ମିଳୁଥିଲା ସେ ତାଲିକାରେ ପ୍ରଥମେ ଆସୁଥିଲା ମାଧୁରୀ ଏବଂ ଶ୍ରୀଦେବୀଙ୍କ ନାଁ । ଦୁୂହେଁ ନିଜ କ୍ୟାରିଅରରେ ଏକ ଖାସ ସ୍ଥାନ ହାସିଲ କରିପାରିଛନ୍ତି । ୨୦୧୮ରେ ଶ୍ରୀଦେବୀଙ୍କ ନିଧନ ପରେ ସାରା ବଲିଉଡରେ ଦୁଃଖର ଛାୟା ଖେଳିଯାଇଥିଲା । ଶ୍ରୀଦେବୀଙ୍କ ମୃତ୍ୟୁକୁ ହାରାହାରି ଗୋଟିଏ ବର୍ଷ ପୂରି ଗଲାଣି । ମାଧୁରୀ ଏକ ସାକ୍ଷାତକାର ଜାରିଆରେ ଶ୍ରୀଦେବୀଙ୍କ ସହ ବିତାଇଥିବା ଶେଷ ଦେଖା ବିଷୟରେ ଶେୟାର କରିଥିଲେ ।

ଦୁହେଁ ମନିଷ ମଲହୋତ୍ରାଙ୍କ ବର୍ଥଡେ ପାର୍ଟିରେ ଶେଷ ଥର ପାଇଁ ଦେଖା ହୋଇଥିଲେ । ଶ୍ରୀଦେବୀ ସେଠାକୁ ଦୁଇ ଝିଅଙ୍କ ସହ ଆସିଥିଲେ ଏବଂ ସେ ଖୁବ ଖୁସି ଥିଲେ । ତା’ର କିଛି ଦିନ ପରେ ତାଙ୍କର ମୃତ୍ୟୁ ହୋଇଯିବାରୁ ମାଧୁରୀ ଅନୁଭବ କରିଥିଲେ ଜୀବନ କେତେ ଛୋଟ । ଆଜି ଯାହା ଅଛି କାଲିକୁ ନାହିଁ । ସେଥିପାଇଁ ପରିବାରକୁ ଯେତେ ସମ୍ଭବ ସମୟ ଦେବା ଜରୁରୀ ବୋଲି ମାଧୁରୀ ସାକ୍ଷାତକାରରେ କହିଥିଲେ ଏବଂ ଏହା ସହ କହିଥିଲେ ଯେ ଶ୍ରୀଦେବୀଙ୍କ ଏଭଳି ଦେହାନ୍ତ ବଲିଉଡ ଜଗତର ଏକ ବଡ କ୍ଷତି ଅଟେ ।

ଫିଲ୍ମ ବିଷୟରେ କହିବାକୁ ଗଲେ ମାଧୁରୀ ଫିଲ୍ମ ଟୋଟାଲ ଧମାଲ ଫେବୃୟାରୀ ୨୦୧୯ରେ ରିଲିଜ ହୋଇଥିଲା । ଏହାବ୍ୟତୀତ ସେ ଫିଲ୍ମ କଳଙ୍କରେ ମଧ୍ୟ ନଜର ଆସିବେ । ଏହି ଫିଲ୍ମରେ ତାଙ୍କ ସହ ବରୁଣ ଧୱନ, ଆଲିୟା ଭଟ୍ଟ, ସଂଜୟ ଦତ୍ତ, ସୋନାକ୍ଷୀ ସିହ୍ନା ମଧ୍ୟ ନଜର ଆସିବେ । ଫିଲ୍ମରେ ନିର୍ଦ୍ଦେଶନା ଭାର ତୁଲାଉଛନ୍ତି କରଣ ଜୋହର ଏବଂ ଏହି ଫିଲ୍ମ ୧୯ଅପ୍ରେଲ ୨୦୧୯ରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More