Only for Entertainment

‘କଳଙ୍କ’ଫିଲ୍ମରେ ମାଧୁରୀଙ୍କ ଫାଷ୍ଟ ଲୁକ ଆସିଲା ନଜର, ଦେଖନ୍ତୁ ।

Amarujala
0 35

ମାଧୁରୀ ଦିକ୍ଷିତ ଫିଲ୍ମ‘କଳଙ୍କ’ର ସୁଟିଂ ଆରମ୍ଭ କରି ଦେଇଛନ୍ତି । ଏହା ଧର୍ମା ପ୍ରଡକ୍ସନର ଫିଲ୍ମ ଅଟେ । ଏଥିରେ ବରୁଣ ଧୱନ, ଆଦିତ୍ୟ ରାୟକପୁର, ସୋନାକ୍ଷୀ ସିନ୍ହା, ମାଧୁରୀ ଦିକ୍ଷିତ ଭଳି ଆହୁରି ଅନେକ କଳାକାର ମୁଖ୍ୟ ଭୂମିକାରେ ନଜର ଆସିବେ । ଫିଲ୍ମ ସେଟରେ ମାଧୁରୀଙ୍କ ପ୍ରଥମ ଲୁକ ସାମ୍ନାକୁ ଆସିଛି । ଏହି ଲୁକରେ ସେ ଏକ କଳା ରଂଗର ପୋଷାକ ପିନ୍ଧିଛନ୍ତି ।

ଯଦିଓ କିଛି ସମୟ ପୂର୍ବେ ଖବର ଆସିଥିଲା ଯେ ଧର୍ମା ପ୍ରଡକ୍ସନର ଏହି ଫିଲ୍ମରେ ମାଧୁରୀ ଆଲିୟାଙ୍କ ଡ୍ୟାନ୍ସ ଟିଚରଙ୍କ ଭୂମିକା ତୁଲାଇବେ । ଯେଉଁଠି ମାଧୁରୀ ଜଣେ ଟ୍ରେଣ୍ଡ ଡ୍ୟାନ୍ସର ଥିବେ ଏବଂ ଆଲିୟା ତାଙ୍କ ଛାତ୍ରୀ । ଖବର ମୁତାବକ ମାଧୁରୀ ଜଣେ ଦେହଜୀବିଙ୍କ ଚରିତ୍ରରେ ନଜର ଆସିବେ ।

ମାଧୁରୀ ଏବଂ ସଂଜୟଙ୍କ ଯୋଡତି ଦୀର୍ଘ ୨୧ବର୍ଷ ପରେ ପୁଣି ଥରେ ଦେଖିବାକୁ ମିଳିବ । ଏଠାରେ ଆମେ ମନେ ପକାଇ ଦେଉଛି ଯେ ଏହି ଦୁଇ କଳାକାର ସାଜନ, ଖଳନାୟକ ଏବଂ ଥାନେଦାର ଫିଲ୍ମରେ ନଜର ଆସିଥିଲେ, ଯାହା ଏବେ ମଧ୍ୟ ଲୋକଙ୍କ ମନରେ ଆଙ୍କି ହୋଇ ରହିଛି । ଏହି ଫିଲ୍ମରେ ଶ୍ରୀଦେବୀଙ୍କୁ କାଷ୍ଟ କରାଯାଇଥିଲା ମାତ୍ର ତାଙ୍କର ଅଚାନକ ଭାବେ ମୃତ୍ୟୁ କାରଣରୁ ଏହି ଭୂମିକା ମାଧୁରୀ ଏବେ ତୁଲାଇବେ । ଏହି ଫିଲ୍ମ ଜରିଆରେ କରଣ ଜୋହର ଦିବାଙ୍ଗତ ଅଭିନେତ୍ରୀ ଶ୍ରୀଦେବୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More