Only for Entertainment

ମାଷ୍ଟର କ୍ୟାଂଟିନରେ ଥିବା ଏକ ନାମୀ ଜୁଏଲାରୀ ଦୋକାନରୁ ଗହଣା କିଣିଲେ ମାଧୁରୀ

VeryFilmi
45

ସ୍ମାର୍ଟ ସିଟିରେ ସପିଂ କଲେ ବଲିଉଡ ଅଭିନେତ୍ରୀ । ଓଡିଶାରୁ ଗହଣା କିଣିଲେ ଧକ ଧକ ଗାର୍ଲ ମାଧୁରୀ ଦୀକ୍ଷିତ । ମାଷ୍ଟରକ୍ୟାଟିଂନ ସ୍ଥିତ ଏକ ନାମୀ ଜୁଏଲରୀ ଦୋକାନରୁ ଗହଣା କିଣିଛନ୍ତି ମାଧୁରୀ ଦୀକ୍ଷିତ । ତାରକସୀ କାମର ଗହଣା କିଣିଛନ୍ତି ମାଧୁରୀ । ଏହା ସହ ଜଗନ୍ନାଥ ଓ ଗଣେଷଙ୍କ ତାରକାସୀ କାମର ମୂର୍ତି ନେଇଛନ୍ତି ମାଧୁରୀ । ପାଖାପାଖି ୭୦ ହଜାର ଟଙ୍କାର ସୁନାଅଳଙ୍କାର ମାଧୁରୀ କିଣିଥିବା ଜଣାପଡିଛି । ମାଧୁରୀଙ୍କ ଦେଖିବାକୁ ମାଷ୍ଟରକ୍ୟାଂଟିନରେ କିଛି ସମୟ ପାଇଁ ଟ୍ରାଫିକ ଜାମ ହୋଇଥିଲା । ମାଧୁରୀଙ୍କ ଝଲକ ପାଇଁ ଫ୍ୟାନଙ୍କର ପ୍ରବଳ ଭିଡ ଜମିଥିଲା ।


ଉଲ୍ଲେଖ ଥାଉ କି, ହକି ବିଶ୍ୱକପର ଉଦଘାଟନୀ ଉତ୍ସବରେ ଯୋଗଦେବାକୁ ମାଧୁରୀ ଗତ ସୋମବାରରୁ ଭୁବନେଶ୍ୱର ଆସିଛନ୍ତି । ଗତକାଲି ଉଦଘାଟୀ ଉତ୍ସବରେ ମାଧୁରୀଙ୍କ ଜବରଦସ୍ତ ପରଫରମାନ୍ସ ଦେଖିବାକୁ ମିଳିଥିଲା । ଗତକାଲି କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିବା ହକି ଉଦଘାଟନୀ ସମାରୋହରେ ୮ଶହ କୁନି କଳାକାରଙ୍କ ମଝିରେ ମଦର ଆର୍ଥ ହୋଇ ବିଶ୍ୱକୁ ଏକତାର ବାର୍ତା ଦେଇଛନ୍ତି ବଲିଉଡର ଧକ୍ ଧକ୍ ଗାର୍ଲ । ଏଥିସହିତ ନିଜର ନୃତ୍ୟରେ ସେ ଦର୍ଶକଙ୍କର ମନମୋହିଛନ୍ତି ମାଧୁରୀ ଦୀକ୍ଷିତ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More