Only for Entertainment

ବ୍ରେକଅପ ପରେ ପ୍ରଥମଥର ପାଇଁ ସଂଜୟ ଦତ୍ତଙ୍କ ଉପରେ ଦୟାନ ଦେଲେ ମାଧୁରୀ, ଜାଣନ୍ତୁ କ’ଣ କହିଲେ

YouTube
0 52

ବଲିଉଡର ଧକଧକ ଗର୍ଲ ମାଧୁରୀ ଦୀକ୍ଷିତ ନିକଟରେ ଫିଲ୍ମ ‘ବକେଟ ଲିଷ୍ଟ’ ସହିତ ମରାଠୀ ଫିଲ୍ମରେ ଡେବ୍ୟୁ କରିଛନ୍ତି । ଫିଲ୍ମ ଚଳିତ ସପ୍ତାହରେ ରିଲିଜ ହେବ । ନିକଟରେ ଦେଇଥିବା ଏକ ଇଣ୍ଟରଭ୍ୟୁରେ ମାଧୁରୀ କହିଥିଲେ ଯେ ଏହା ତାଙ୍କ ପାଇଁ ବଡ ସଫଳତା କାରଣ ଏବେ ମଧ୍ୟ ଲୋକେ ତାଙ୍କୁ ଦେଖିବାକୁ ପସନ୍ଦ କରୁଛନ୍ତି । ଏହା ସହିତ ସେ କହିଥିଲେ ଫିଲ୍ମ ‘ସାଜନ’ ତାଙ୍କ ଷ୍ଟେରିଓଟାଇପ ଇମେଜକୁ ବଦଳାଇ ଦେଇଛି ।

sanjay_madhuri

ଏହି ଫିଲ୍ମରେ ଲୋକେ ମାଧୁରୀଙ୍କୁ ଏକ ଭିନ୍ନ ଚରିତ୍ରରେ ଦେଖିଥିଲେ । ଲୋକଙ୍କୁ ମଧ୍ୟ ଲାଗିଥିଲା ସେ ମଧ୍ୟ କିଛି ଅଲଗା କରିପାରିବେ । ମାଧୁରୀ ଏହି ଫିଲ୍ମ ସହ ଜଡିତ କିଛି କଥା ସେୟାର କରି କହିଥିଲେ ଏହି ଫିଲ୍ମ ପାଇଁ ଯେତେବେଳେ ସଂଜୟ ଦତ୍ତଙ୍କ ସାଇନ କରାଯାଇଥିଲା ଲୋକେ କହିଥିଲେ ସଂଜୟ ତ ଆକ୍ସନ ହିରୋ । ରୋମାଣ୍ଟିକ ଫିଲ୍ମରେ ତାଙ୍କୁ କ’ଣ ପାଇଁ ନିଆଗଲା ? ତାଙ୍କ ଦ୍ୱାରା ଦେବନି । କିନ୍ତୁ ଫିଲ୍ମ ଆସିବା ପରେ ଲୋକେ ସଂଜୟ ଦତ୍ତଙ୍କ ଭିନ୍ନ ଏକ ରୂପ ଦେଖିଥିଲେ । ଫିଲ୍ମର ଡାଇଲଗ ଏବଂ ଗୀତ ହିଟ ହୋଇଥିଲା । ଆଜି ମଧ୍ୟ ଲୋକେ ଏହି ଫିଲ୍ମକୁ ଦେଖିବାକୁ ପସନ୍ଦ କରୁଛନ୍ତି ।

sanjay-dutt-madhuri-dixit-kalank-759

କହିରଖୁଛୁ ଯେ ମାଧୁରୀ ଖୁବ ଶୀଘ୍ର ଫିଲ୍ମ ‘କଳଙ୍କ’ ଏବଂ ‘ଟୋଟାଲ ଧମାଲ’ରେ ନଜର ଆସିବେ । ଏହା ସହିତ ସେ କଲର୍ସରେ ଡ୍ୟାନ୍ସ ରିୟଲିଟି ଶୋ’ ‘ଡ୍ୟାନ୍ସ ଦିୱାନେ’କୁ ମଧ୍ୟ ଜଜ କରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More