Only for Entertainment

ୟୁଟୁବ୍ୟରେ ମାଧୁରୀଙ୍କ ଡେବ୍ୟୁ, ଫ୍ୟାନ୍ସଙ୍କ ସହିତ ସିଧାସଳଖ ଯୋଡ଼ି ହେବେ

dainik bhaskar
26

ବଲିଉଡର ଖୁବ କମ ସେଲିବ୍ରିଟୀ ଥିଲେ ଯେଉଁମାନେ ୟୁଟ୍ୟୁବରେ ନିଜର ଚ୍ୟାନେଲ ଖୋଲିଥିଲେ । ଏବେ କିନ୍ତୁ ଏଥିରେ ଯୋଡ଼ି ହେଉଛନ୍ତି ଜଣକ ପରେ ଜଣେ । ପ୍ରଥମେ ଶିଳ୍ପା ଶେଟ୍ଟୀ ଏଥିରେ ସାମିଲ ହୋଇଥିଲେ। ନିକଟରେ ଆଲିୟା ଭଟ୍ଟଙ୍କୁ ୟୁଟ୍ୟୁବରେ ଡେବ୍ୟୁ କରିଥିବା ଦେଖିବାକୁ ମିଳିଥିଲା । ତେବେ ଏହି ଟ୍ରେଣ୍ଡରେ କେବଳ ଆଲିୟା ନୁହଁନ୍ତି ବରଂ ଦିଶା ପାଟନୀ, ପ୍ରିୟଙ୍କା ଚୋପ୍ରା, ଜ୍ୟାକଲିନ ଫର୍ଣ୍ଣାଡିଜ ଆଦି ଅଭିନେତ୍ରୀ ମଧ୍ୟ ସାମିଲ ଅଛନ୍ତି । ଏବେ ମାଧୁରୀ ଦିକ୍ଷୀତ ମଧ୍ୟ ନିଜର ୟୁଟ୍ୟୁବ ଚ୍ୟାନେଲ ଖୋଲିଛନ୍ତି ।

 

ଏ ସମ୍ପର୍କରେ ମାଧୁରୀ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି। ତାଙ୍କର ଏହି ନୂଆ ୟୁଟ୍ୟୁବ୍‌ ଚ୍ୟାନେଲ୍‌ରେ ସେ ଇଣ୍ଟରନ୍ୟାସ୍‌ନାଲ୍ ଇଣ୍ଡିଆନ୍‌ ଫିଲ୍ମ ଫେଷ୍ଟିଭାଲ୍‌(IIFA)ରେ ନିଜ ନୃତ୍ୟ ପଛର କାହାଣୀର ଏକ ଭିଡିଓ ପ୍ରଥମ କରି ପୋଷ୍ଟ କରିଛନ୍ତି।

 

ଏହି ଅବସରରରେ ମାଧୁରୀ କହିଛନ୍ତି, “ମୋତେ ଫ୍ୟାନ୍‌ମାନଙ୍କ ସହିତ ସମ୍ପର୍କରେ ରହିବାକୁ ବହୁତ ଭଲ ଲାଗେ। ମୁଁ ୟୁଟ୍ୟୁବ୍ ପ୍ଲାଟଫର୍ମ ବିଷୟରେ ଅନେକ ସମୟରୁ ଭାବୁଥିଲି। ତେଣୁ ଏବେ ମୁଁ ମୋର ନିଜର ଏକ ୟୁଟ୍ୟୁବ୍ ଚ୍ୟାନେଲ୍‌ ଲଞ୍ଚ୍‌ କଲି।”

 

ମାଧୁରୀଙ୍କର ଏହି ଚ୍ୟାନେଲ୍‌ରେ ତାଙ୍କର ବ୍ୟକ୍ତିଗତ ଜୀବନ ଓ କାମ ସହ ଜଡ଼ିତ ଅନେକ ଖବର ଜାଣିବାକୁ ମିଳିବ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More