Only for Entertainment

ଶ୍ରୀଦେବୀଙ୍କ ସ୍ଥାନ ନେବେ ମାଧୁରୀ, ଟୁଇଟ କରି ଜାହ୍ନବୀ ଦେଲେ ସୂଚନା

Sound Pasta
0 56

କରଣ ଜୋହରଙ୍କ ଆଗୀମୀ ଫିଲ୍ମ ‘ଶିଦ୍ଧତ’ ଶ୍ରୀଦେବୀଙ୍କୁ କାଷ୍ଟ କରାଯାଇଥିଲା । କିନ୍ତୁ ଶ୍ରୀଦେବୀଙ୍କ ନିଧନ ପରେ ତାଙ୍କ ସ୍ଥାନରେ ନଜର ଆସିବେ ମାଧୁରୀ ଦୀକ୍ଷିତ । ଅଭିଷେକ ବର୍ମନଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ସୁଟିଂ ମାଧୁରୀଙ୍କୁ ନେଇ ଖୁବ ଶୀଘ୍ର ଆରମ୍ଭ ହୋଇପାରେ ।

ଶ୍ରୀଦେବୀଙ୍କ ଝିଅ ଜାହ୍ନବୀ କପୁର ଟୁଇଟ କରି ଲେଖିଥିଲେ, ‘ଅଭିଷେକ ବର୍ମନଙ୍କ ଏହି ଫିଲ୍ମ ମା’ଙ୍କ ହୃଦୟର ନିକଟତର ଥିଲା । ଏହି ଫିଲ୍ମର ଏକ ଅଂଶ ହୋଇଥିବାରୁ ମାଧୁରୀ ଜୀଙ୍କୁ ଡ୍ୟାଡ, ଖୁସି ଏବଂ ମୋ ତରଫରୁ ଧନ୍ୟବାଦ ।’

 


ଶ୍ରୀଦେବୀଙ୍କ ନିଧନପରେ ଚର୍ଚ୍ଚା ହେଉଥିଲା ଯେ ମାଧୁରୀ ତାଙ୍କ ସ୍ଥାନରେ ଅଭିନୟ କରିବେ । କିନ୍ତୁ ଜାହ୍ନବୀଙ୍କ ଟୁଇଟ ପରେ ଏହି ଖବରକୁ ପକ୍କା କରିଛି ଯେ ମାଧୁରୀ ଏହି ଫିଲ୍ମରେ ଅଭିନୟ କରିବେ ।

ମାଧୁରୀ ଶେଷ ଥର ପାଇଁ ୨୦୧୪ରେ ଫିଲ୍ମ ‘ଗୁଲାବ ଗ୍ୟାଙ୍ଗ’ରେ ନଜର ଆସିଥିଲେ । ଚଳିତ ବର୍ଷ ତାଙ୍କର ଫିଲ୍ମ ‘ଟୋଟାଲ ଧମାଲ’ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More