Only for Entertainment

ମନ କଥା କହିଲେ ମାଧୁରୀ

Storypick
0 60

ବଲିଉଡ ସହ ମାଧୁରୀଙ୍କ ନିବିଡତା ୩୪ ବର୍ଷର । ଅଭିନୟ ପ୍ରତି ତାଙ୍କର ମାତ୍ରାଧିକ ଦୁର୍ବଳତା । ବିବାହ ପରେ ଆନେରିକାରେ ଡାକ୍ତର ସ୍ୱମୀଙ୍କ ସହ ବେଶ ବିଳାସମୟ ଜୀବନଯାପନ କରୁଥିଲେ ଏହି ସୁନ୍ଦରୀ । ହେଲେ ବେଶୀଦିନ ସେଠାରେ ଅତ୍ୟାଧୁନିକ ଜୀବନଶୈଳୀ ତାଙ୍କୁ ପ୍ରଭାବିତ କରିପାରିଲା ନାହିଁ । ଶେଷରେ ସପରିବାର ଭାରତ ଫେରିବାକୁ ସ୍ଥିର କରିଥିଲେ ମାଧୁରୀ । ସ୍ୱାମୀ ଶ୍ରୀରାମ ନେନେ ଅଥିପାଇଁ ତାଙ୍କୁ ସବୁଠୁ ଅଧିକ ସହଯୋଗ କରିଥିଲେ । ମୁମ୍ବାଇକୁ ଆସିବା ପରେ ପୁଣି ରୀତିମତ ତାଙ୍କୁ ବିଭିନ୍ନ ସୁଯୋଗ ମିଳିଲା । ଏସବୁ କାମରେ ବ୍ୟସ୍ତ ରହିବାରେ ମାଧୁରୀ ଆତ୍ମସନ୍ତୋଷ ପାଇଥିଲେ ।

madhuri and anil

ନିକଟରେ ଏକ ସାକ୍ଷାତକାରରେ ସେ କହିଛନ୍ତି, ପୁରୁଣା ବନ୍ଧୁଙ୍କ ସହ କାମ କରିବାର ମଜା ନିଆରା । ୯୦ ଦଶକରେ ଅନିଲ କପୁର-ମାଧୁରୀଙ୍କ ଯୋଡିକୁ ସୁପରହିଟ ଯୋଡି ଭାବେ ଗଣାଯାଉଥିଲା । ଦୁହେଁ ଶେଷଥର ‘ପୁକାର’ ଚଳଚ୍ଚିତ୍ରରେ ଏକତ୍ର କାମ କରିଥିଲେ । ଚଳଚ୍ଚିତ୍ରଟି ୨୦୦୦ ମସିହାରେ ମୁକ୍ତିଲାଭ କରିଥିଲା । ଏବେ ପୁନଃ ୧୮ ବର୍ଷ ପରେ ଏହି ଦମଦାର ଯୋଡିଙ୍କୁ ‘ଟୋଟାଲ ଧମାଲ’ରେ ଦେଖିବାକୁ ମିଳିବ । ମାଧୁରୀ କହିଛନ୍ତି, ଏହି ଚଳଚ୍ଚିତ୍ରର ସୁଯୋଗ ପାଇ ମୁଁ ଯେତିକି ଖୁସି, ସେତିକି ଖୁସି ଅନିଲ ମଧ୍ୟ । ପୁରୁଣା ଦିନର ସାଥୀ ଏତେଦିନ ପରେ ପୁଣି କାମ କରିବାର ସୁଯୋଗ ପାଇଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More