Only for Entertainment

ମଧ୍ୟପ୍ରଦେଶ ପୁଲିସ ଅଫିସରଙ୍କ ଏହି ନୂଆ ରୂପ ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ !

aajtak
0 131

କିଛି ଦିନ ପୂର୍ବେ ପ୍ରସିଦ୍ଧ ଲେଖିକା ଶୋଭା ଡେଙ୍କ ଟ୍ୱିଟରେ ଚର୍ଚ୍ଚାରେ ରହିଥିବା ମଧ୍ୟପ୍ରଦେଶ ପୁଲିସ ଦୌଲତା ରାମ ଜଗାବତଙ୍କ ନୂଆ ରୂପ ଆପଣଙ୍କୁ ନିଶ୍ଚୟ ଚକିତ କରିଦେବ । କାରଣ ଜୋଗାବତ ୧୧୫କିଗ୍ରା ଓଜନ ଘଟାଇଥିଲେ ।
ଏହି ବିଷୟ ସମ୍ବନ୍ଧରେ ସେ କହିଛନ୍ତି, ଯଦି ଶୋଭା ଡେ ଟ୍ୱିଟ କରି ତାଙ୍କର ପରିହାସ ନ କରିଥା’ନ୍ତେ ତେବେ ସେ ୧୧୫କିଗ୍ରା ଓଜନ କମାଇବାକୁ କେବେ ସକ୍ଷମ ହୋଇପାରିନ ଥା’ନ୍ତେ । ସେ ଏଥିପାଇଁ ଶୋଭା ଡେଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ।
ଶୋଭା ଡେଙ୍କ ଟ୍ୱିଟ ପରେ ତାଙ୍କୁ ଅନେକ ସଂସ୍ଥାରୁ ମାଗଣା ଚିକିତ୍ସା ଲାଗି ଅନେକ ପ୍ରସ୍ତାବ ଆସିଲ. ଯେଉଁ କାରଣରୁ ତାଙ୍କ ଓଜନ କମ ହେବା ସମ୍ଭବ ହୋଇପାରିଛି ।

cop-05_031218042728


ଏଠାରେ ଆମେ କହି ରଖୁଛୁ ଯେ ତାଙ୍କର ଚିକିତ୍ସା ମୁମ୍ବାଇରେ ଡାକ୍ତର ମୁଫଜ୍ଜଲ ଲକଡାବାଲା କରିଥିଲେ । ଏହି ଡାକ୍ତର କିଛି ଦିନ ପୂର୍ବେ ସବୁଠାରୁ ଅଧିକ ଓଜନ ଥିବା ଝିଅର ମଧ୍ୟ ଚିକିତ୍ସା କରିଥିଲେ ।

cop-04_031218042728ଦୌଲତାରାମ ଇଂରାଜୀ ଖବର କାଗଜ ଟେଲିଗ୍ରାଫରେ ସେ ଶୋଭା ଡେଙ୍କୁ ଧନ୍ୟବାଦ ଜଣାଇ କହିଛନ୍ତି ଯେ ତାଙ୍କ ପାଖରେ କୃତଜ୍ଞତା ଜଣାଇବା ଲାଗି ଶବ୍ଦ ମଧ୍ୟ ନାହିଁ , ଭଗବାନ ଶୋଭାଙ୍କୁ ଖୁସିରେ ରଖନ୍ତୁ ।
ଦୌଲତାରାମଙ୍କ କହିବା ମୁତାବକ ବର୍ଷ ଭିତରେ ଆହୁରି ୩୦କିଲୋ ଓଜନ ହ୍ରାସ କରାଯିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More