Only for Entertainment

ଡବୁ ଅଙ୍କଲଙ୍କୁ ଛାଡ଼ି ଏହି ବ୍ୟକ୍ତିଙ୍କ ଡ୍ୟାନ୍ସର ଦିୱାନା ହେଲେ ମାଧୁରୀ ଦିକ୍ଷୀତ । ଭିଡ଼ିଓ ଦେଖିଲେ ଅବାକ ହୋଇ ରହିଯିବେ ।

zeenews
0 90

ସୋସିଆଲ ମିଡିଆ ଏଭଳି ଏକ ପ୍ଲାଟଫର୍ମ ହୋଇଯାଇଛି ଯାହା ଦ୍ୱାରା ପ୍ରତ୍ୟେକ ବ୍ୟକ୍ତି ନିଜର ଟ୍ୟାଲେଂଟ ଦେଖାଇ ପାରୁଛନ୍ତି । କେତେକ ଲୋକଙ୍କ ଟ୍ୟାଲେଂଟକୁ ଦର୍ଶକ ଖୁବ ପସନ୍ଦ ମଧ୍ୟ କରୁଛନ୍ତି । ଏହା ଦ୍ୱାରା କେତେକ ବ୍ୟକ୍ତି ପ୍ରସିଦ୍ଧ ମଧ୍ୟ ହୋଇ ଯାଉଛନ୍ତି । କିଛି ସମୟ ପୂର୍ବରୁ ମଧ୍ୟପ୍ରଦେଶର ସଂଜୀବ ଶ୍ରୀବାସ୍ତବଙ୍କୁ ସୋସିଆଲ ମିଡିଆ ଷ୍ଟାର କରିଦେଇଛି । ତାଙ୍କ ଡ୍ୟାନ୍ସ ଭିଡ଼ିଓକୁ ଲୋକ ଖୁବ ପସନ୍ଦ କରୁଛନ୍ତି । କିନ୍ତୁ ତାଙ୍କୁ ଏବେ ଟକ୍କଟ ଦେବା ପାଇଁ ଆଉ ଜଣେ ଅଙ୍କଲ ଆସି ଯାଇଛନ୍ତି ।

 

ବାସ୍ତବରେ ଏହି ଅଙ୍କଲ ମାଧୁରୀ ଦିକ୍ଷୀତଙ୍କ ଡ୍ୟାନ୍ସ ରିଆଲିଟି ଶୋ ଡ୍ୟାନ୍ସ ଦିୱାନେରେ ଜଣେ ପ୍ରତିଯୋଗୀ ଭାବରେ ନଜର ଆସିଥିଲେ । ତାଙ୍କ ବୟସ ପ୍ରାୟ ୫୦ ବର୍ଷ ହେବ । ସେ ସେଟରେ ସର୍ଟର ବଟମ ଖୋଲି ଡ୍ୟାନ୍ସ କରୁଥିବାର ନଜର ଆସିଥିଲେ । ସେ ଏକ ପଂଜାବୀ ଗୀତରେ ଡ୍ୟାନ୍ସ କରି ସମସ୍ତଙ୍କୁ ଆଶ୍ଚଯ୍ୟ ଚକିତ କରିଦେଲେ । କେବଳ ସେତିକି ନୁହେଁ ମାଧୁରୀ ଦିକ୍ଷୀତ ମଧ୍ୟ ତାଙ୍କ ଡ୍ୟାନ୍ସ ଦେଖି ଆଶ୍ଚଯ୍ୟ ହୋଇ ରହିଗଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More