Only for Entertainment

ଝିଅଙ୍କୁ ଦିୱାନୀ କରିବାକୁ ଚାହୁଁଥିଲେ କୁହନ୍ତୁ ଏହି ୫ଟି ମ୍ୟାଜିକଲ ଶବ୍ଦ ।

lovecasm
0 53

କୁହାଯାଏ ଦୁନିଆରେ ସବୁଠାରୁ ବଡ଼ ହେଉଛି ସଂପର୍କ । ଯାହାକୁ ଛାଡ଼ି କେବେ ମଧ୍ୟ ବଂଚି ହେବନି । ଏହା ଜୀବନର ଏକ ମୁଖ୍ୟ ସ୍ରୋତ । ପତ୍ୟେକ ସୁବିଧା ଓ ଅସୁବିଧାରେ ଏହାର ଆବଶ୍ୟକତା ଖୁବ ମାତ୍ରାରେ ରହିଛି । ସେ ପାରିବାରିକ ସଂପର୍କ ହେଉ କିମ୍ବା ଦୁଇଜଣ ପ୍ରେମୀଙ୍କର ସଂପର୍କ । ସବୁର ଗୁରୁତ୍ୱ ସମାନ ଭାବରେ ରହିଛି । ବିଶେଷ କରି ଝିଅମାେନେ ସଂପର୍କକୁ ବେଶୀ ଗୁରୁତ୍ୱ ଦେଇଥାନ୍ତି । ସବୁବେଳେ ସେ ତାଙ୍କ ପ୍ରେମିକ ଠାରୁ ମିଠା ମିଠା ହୃଦୟ ଛୁଆଁ କଥା ଶୁଣିବାକୁ ଚାହାଁନ୍ତି । ଯଦି ପୁଅମାନେ ଅଧିକ ଯତ୍ନବାନ ହୁଅନ୍ତି ଝିଅ ତାଙ୍କ ଜୀବନର ସବୁ ଦୁଃଖ ଭୁଲିଯାଆନ୍ତି । କାରଣ ହୃଦୟରୁ ଭଲପାଉଥିବା ଝିଅମାନେ କେବେ ଚାନ୍ଦ ତାରା ମାଗନ୍ତି ନାହିଁ । ସେମାନେ କେବଳ ଚାହାଁନ୍ତିଯେ ପୁଅଟି ତାଙ୍କ ବିଷୟରେ ଭାବିବା ଦରକାର ଏବଂ ଯତ୍ନ ନେବା ସହିତ ସମୟ ମଧ୍ୟ ଦେବା ଦରକାର । ଏତିକି ମିଳିଗଲେ ସେମାନେ ବହୁ ଖୁସି ହୋଇଯାନ୍ତି ।

ତେବେ ଝିଅଙ୍କୁ ଯଦି ଆପଣ ଦିୱାନୀ କରିବା ପାଇଁ ଚାହୁଁଛନ୍ତି ତେବେ ତାଙ୍କୁ ଏଭଳି କିଛି ମ୍ୟାଜିକଲ ଶବ୍ଦ କୁହନ୍ତୁ ଯେଉଁଥିରେ ତାଙ୍କର ଆପଣଙ୍କ ପ୍ରତି ଭଲ ପାଇବା ସବୁବେଳେ ପୂର୍ବପରି ରହିବ ଏବଂ ବଢିବ ମଧ୍ୟ ।

ଯେତେବେଳେ ଝିଅଟିଏ କୌଣସି ଚିନ୍ତାରେ ରହିଥାଏ ତେବେ ସେହି ସମୟରେ ତାଙ୍କୁ ଆଶ୍ୱସନା ଦିଅନ୍ତୁ ଏବଂ ତାଙ୍କ ସହିତ ସବୁବେଳେ ଅଛନ୍ତି ବୋଲି କୁହନ୍ତୁ । ଏଭଳି ଶୁଣିଲେ ସେ ଅନୁଭବ କରନ୍ତିଯେ ଆପଣ ତାଙ୍କୁ ଖୁବ ଭଲ ପାଉଛନ୍ତି ।

ଯଦି ଆପଣଙ୍କ ପାର୍ଟନରଙ୍କର ବହୁତ କାମ ରହିଛି ତେବେ ତାଙ୍କୁ କୁହନ୍ତୁ ଯେ ମୁଁ କରିଦେବି । ତାଙ୍କୁ ସାହାଯ୍ୟ ମଧ୍ୟ କରନ୍ତୁ । ଏହା ଦ୍ୱାରା ତାଙ୍କୁ ଆପଣ ଖୁବ ନିଜର ଲାଗିବେ ।

ଯଦି ସେ କେବେ ଚିନ୍ତାରେ ଅଛନ୍ତି ତେବେ କୁହନ୍ତୁ ଚିନ୍ତା କରନାହିଁ । କେବେ କେବେ ଏଭଳି ଭୁଲ ହୋଇଯାଏ ।

ସବୁବେଳେ ତାଙ୍କ ଭଲ ପାଇବାକୁ ସମ୍ମାନ ଦିଅନ୍ତୁ ଏବଂ କୁହନ୍ତୁଯେ ତୁମ ଭଳି କେହି ନାହିଁ । ତୁମେ ମୋ ପାଇଁ ସବୁଠାରୁ ସୁନ୍ଦର । ଏଭଳି ଶୁଣିଲେ ସେ ଖୁସି ହୋଇଯିବେ ।

ଯଦି ସେ ବାହାରକୁ ବା ଅନ୍ୟ କୌଣସି ସ୍ଥାନକୁ ଯାଉଛନ୍ତି ତେବେ କୁହନ୍ତୁ ଯେ ପହଂଚିବା ପରେ କଲ କିମ୍ବା ମେସେଜ କରିବ ।
ଏହି ସବୁ ମ୍ୟାଜିକଲ ଶବ୍ଦ କହିଲେ ଆପଣଙ୍କ ପାର୍ଟନର ଖୁବ ଖୂୁସି ହୋଇଯିବେ । ତାଙ୍କ ହୃଦୟରେ ଆପଣଙ୍କ ପ୍ରତି ଭଲପାଇବା ବଢିଯିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More