Only for Entertainment

ୟୁଏସଏରେ ପ୍ରଥମ ଦିନରେ ଛାଇଲା ଫିଲ୍ମ ‘ମହାନତି’ର ଯାଦୁ, ଭାରତୀୟ ଅଭିନେତ୍ରୀଙ୍କ ଉପରେ ନିର୍ମିତ ହୋଇଛି ଫିଲ୍ମ

AajTak
0 44

ନିର୍ଦ୍ଦେଶକ ନାଗ ଅଶ୍ୱିନଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ମହାନତି’ର ତେଲଗୁ ଭର୍ସନ ୯ ମଇକୁ ପୁରା ଦୁନିଆରେ ରିଲିଜ କରାଯାଇଛି । ଏହା ଏକ ବାୟୋପିକ ଡ୍ରାମା ଫିଲ୍ମ । ଏହି ଫିଲ୍ମର କାହାଣୀ ପ୍ରସିଦ୍ଧ ଅଭିନେତ୍ରୀ ସାବିତ୍ରୀଙ୍କ ଜୀବନ ଉପରେ ଆଧାରିତ । ଆମେରିକାରେ ଏହି ଫିଲ୍ମ ରିଲିଜ ହେବା ପରେ ସେଠାକାର ବକ୍ସ ଅଫିସରେ ଏହା ଧୁମ ମଚାଇଛି ।

ଟ୍ରେଡ ଆନାଲିଷ୍ଟ ରାଜଶେଖର ଟୁଇଟ କରି ଆମେରିକା ବକ୍ସ ଅଫିସ କଲେକ୍ସନ ବିଷୟରେ ସୂଚନା ଦେଇଥିଲେ । ଫିଲ୍ମଟି ପ୍ରିମିୟମରେ ପାଖାପାଖି ୧ କୋଟି ୫୫ ଲକ୍ଷରୁ ଅଧିକ ଆୟ କରି ପାରିଛି । ଏହି ଫିଲ୍ମରେ କିର୍ତ୍ତି ସୁରେଶ, ସାମନ୍ଥା, ଅକ୍କିନେନୀ, ଦଲକେର ସଲମାନ ଏବଂ ବିଜୟ ଦେବେରାକୋଣ୍ଡା ପ୍ରମୁଖ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ।


ଫିଲ୍ମକୁ ତେଲେଙ୍ଗାନା ଏବଂ ଆନ୍ଧ୍ର ପ୍ରଦେଶରେ ପଜିଟିଭ ରିଭ୍ୟୁ ମିଳିଥିବା ବେଳେ ତାମିଲନାଡୁରେ ଫିଲ୍ମକୁ ରିଲିଜ କରାଯାଇନାହିଁ । ତାମିଲନାଡୁରେ ଫିଲ୍ମଟି ୧୧ ମଇରେ ରିଲିଜ କରାଯିବ ।

ଅଭିନେତ୍ରୀ ସାବିତ୍ରୀ ୨୬୦ରୁ ଅଧିକ ଫିଲ୍ମରେ କାମ କର୍ିଥିଲେ । ଏହି ଫିଲ୍ମ ଗୁଡିକ ମଧ୍ୟରେ ତେଲଗୁ, ତାମିଲ, ମଲାୟଲାମ, ଏବଂ କନ୍ନଡ ଫିଲ୍ମ ସାମିଲ ରହିଛି । ଏହି ଫିଲ୍ମରେ ତାଙ୍କର ପିଲାଦିନରୁ ଆରମ୍ଭ କରି ଅଭିନେତ୍ରୀ ହେବା ପର୍ଯ୍ୟନ୍ତ ସମସ୍ତ କାହାଣୀକୁ ଦର୍ଶାଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More