Only for Entertainment

ସାତଜନ୍ମ ନୁହେଁ ସାତ ସେକେଣ୍ଡ ପାଇଁ ବି ଦରକାର ନାହିଁ ଏପରି ପତ୍ନୀ, ଗଛକୁ ପୂଜା କରି ପୁରୁଷ ମାଗନ୍ତି ଆଶୀର୍ବାଦ ।

EENADU India
0 47

ଖାଲି ମହାରାଷ୍ଟ୍ର ନୁହେଁ ଭାରତର ପ୍ରତିଟି ରାଜ୍ୟରେ ବଟ ପୂର୍ଣ୍ଣିମା ବା ବଟ ସାବିତ୍ରୀ ପୂଜା ପାଳନ କରାଯାଇଥାଏ । ଏହି ଅବସରରେ ମହିଳାମାନେ ସ୍ୱାମୀଙ୍କର ଦୀର୍ଘାୟୁ କାମନା ସହ ସାତଜନ୍ମ ପାଇଁ ତାଙ୍କୁ ସ୍ୱାମୀ ଭାବେ ପାଇବା ପାଇଁ ଏହି ପୂଜା କରିଥାନ୍ତି । ହେଲେ ଅନ୍ୟପକ୍ଷରେ ମହାରାଷ୍ଟ୍ରରେ କିଛି ପୁରୁଷ ସଂଗଠନ ପତ୍ନୀଙ୍କ ନିର୍ଯାତନାରୁ ମୁକୁଳିବା ପାଇଁ ଓସ୍ତଗଛକୁ ପୂଜା କରିବା ବଡ଼ ଚର୍ଚ୍ଚା ସୃଷ୍ଟି କରିଛି ।

pic1

ପତ୍ନୀ ପୀଡିତ ପୁରୁଷ ସଂଗଠନ ସଦସ୍ୟମାନେ ବାଲୁଜ ଅଞ୍ଚଳରେ ଭିନ୍ନ ଭାବେ ଏହି ପର୍ବ ପାଳନ କରିଛନ୍ତି । ଏହି ପୁରୁଷମାନେ ପତ୍ନୀଙ୍କ ଦ୍ୱାରା ନିର୍ଯାତନାର ଶିକାର ହେଉଥିବା ଅଭିଯୋଗ କରିଛନ୍ତି । ଏଥିରୁ ମୁକ୍ତି ପାଇବା ପାଇଁ ସେମାନେ ଓସ୍ତଗଛରେ ଓଲଟା ଦିଗରେ ସୁତା ବାନ୍ଧି ଜପ କରିଥିଲେ ଯେ, ଆସନ୍ତା ସାତଜନ୍ମ ପାଇଁ ଏପରି ପତ୍ନୀ ଆମକୁ ଦିଅନ୍ତୁ ନାହିଁ ।

image

ସଂଗଠନର ସଦସ୍ୟ ତୁଷାର ବାଖରେ କହିଛନ୍ତି ଯେ, ଆମର ପତ୍ନୀମାନେ ଆଇନର ଦୂରୁପଯୋଗ କରି ଆମକୁ ପ୍ରତାଡିତ କରୁଛନ୍ତି । ଆମେ ଏବେ ଏଭଳି ମାନସିକତାରେ ଅଛୁ ଯେ, ପତ୍ନୀଙ୍କ ସହ ସାତ ସେକେଣ୍ଡ ମଧ୍ୟ ରହିବାକୁ ଚାହୁଁନାହିୁଁ । ସାତଜନ୍ମ କଥା ସ୍ୱପ୍ନର ବିଷୟ । ପୁରୁଷ ସଂଗଠନର ଏହି ପୂଜାକୁ ନେଇ ଏବେ ଚର୍ଚ୍ଚା ଜୋରଧରିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More