Only for Entertainment

କାନ ଦେଖି ଜଣା ପଡିବ ହୃଦଜନିତ ସମସ୍ୟା, ଜାଣନ୍ତୁ !

59

ପ୍ରତିବର୍ଷ ଭାରତରେ ହୃଦରୋଗରେ ୧.୭ ମିଲିୟନ୍ ଅର୍ଥାତ୍ ୧୭ ଲକ୍ଷ ଲୋକ ମୃତ୍ୟୁମୁଖରେ ପଡୁଛନ୍ତି । ଇତି ମଧ୍ୟରେ ଏକ ଚକିତ କରିଦେଲା ଭଳି ଭିଡିଓ ସାମ୍ନାକୁ ଆସିଛି । ରିପୋର୍ଟ ମୁତାବକ,୯୫ ପ୍ରତିଶତ ଲୋକ ଯାହାଙ୍କ କାନ ସଫା ନଥାଏ ଅର୍ଥାତ୍ କାନ ରୋଗ ଥାଏ ଏହି ଲୋକମାନଙ୍କ କ୍ଷେତ୍ରରେ ହ୍ୃଦରୋଗ ଭଳି ସମସ୍ୟା ଦେଖାଯାଏ । ମୁମ୍ବାଇର ଜଣେ ଡାକ୍ତର ହିମ୍ମତରାଓ ବାବସ୍କର ୮୮୮ ରୋଗୀଙ୍କ ପ୍ରତି ଗବେଷଣା କରିଥିଲେ,ଯେଉଁମାନେ ମଧୂମେହ ଏବଂ ଉକ୍ତ ରକ୍ତଚାପ ରୋଗରେ ପୀଡିତ ଥିଲେ  ।

ଏହି ଗବେଷଣାରୁ ସେ ଜାଣିବାକୁ ପାଇଲେ ଯେ ୯୫ ପ୍ରତିଶତ ଲୋକ (୫୦୮ ଜଣ) ରୋଗୀଙ୍କ କାନରେ ମଇଳା ଜମାଟ ବାନ୍ଧି ହୋଇଥିଲା ଏବଂ ସେମାନଙ୍କ କ୍ଷେତ୍ରରେ ହୃଦରୋଗ ମଧ୍ୟ ଚିହ୍ନଟ କରାଯାଇଥିଲା । ତେବେ ୬୦ ବର୍ଷରୁ ଉଦ୍ଧ୍ୱର୍ ରୋଗୀଙ୍କ କାନରେ ମଇଳା ରହିବା ଏକ ସାଧାରଣ କଥା ଏବଂ ଏହି ବର୍ଗର ଲୋକଙ୍କୁ ହୃଦରୋଗ ମଧ୍ୟ ହୋଇଥାଏ । ଏହି ସମସ୍ୟା ଏଭଳି ସାଧାରଣ ହୋଇଗଲାଣି ଯେ ପ୍ରତିଘରେ ଏବେ ଜଣେ ହୃଦରୋଗରେ ପୀଡିତ ଥିବା ସଦସ୍ୟ ସୁନିଶ୍ଚିତ ।

ହୃଦରୋଗର ଲକ୍ଷଣ :

୧. ଅଚାନକ ଛାତିରେ ଅସହ୍ୟ ଯନ୍ତ୍ରଣା ଅନୁଭବ କରିବା ।

୨. ଆପଣଙ୍କ ହାତ, ଅଣ୍ଟା, ବେକ, ଥୋଡି ଏବଂ ପେଟରେ ଯନ୍ତ୍ରଣା ଏବଂ ଛଟପଟ ହେଲା ଭଳି ଅନୁଭୁତ ହେବା ।

୩. ନିଶ୍ୱାସ ନେବାରେ ଅସୁବିଧା ଉପୁଜିବା,ଥଣ୍ଡା ଝାଳ ବୋହିବା,ମୁଣ୍ଡ ବୁଲାଇବା ଭଳି ଲାଗିବା ବି ହୃଦୟରୋଗରେ ଏକ କାରଣ ହୋଇଥାଏ ।

୪. ଲଗାତାର ନିଶ୍ୱାସ ଗଲା ଭଳି ଅସୁବିଧାର ସମ୍ମୁଖିନ ହେବା । ଏହା ହୃଦୟ ସମସ୍ୟାର ଏକ ଲକ୍ଷଣ ହୋଇପାରେ ।

ଆଉ କ’ଣ କହିଥାଏ ଏହି କାନ ?

ଏହାସହ ମଧୁମେହ ରୋଗ ବିଷୟରେ ମଧ୍ୟ ଏହି କାନ ଦ୍ୱାରା ଜଣା ପଡିଥାଏ । ଆପଣ ଅନେକଥର ଲୋକମାନଙ୍କୁ ନିଜ କାନ ସଫା କରୁଥିବାର ଦେଖିଥିବେ ଏବଂ ଶୁଣିଥିବେ । କିନ୍ତୁ ଖୁବ କମ ଏହା ଜାଣନ୍ତି ଯେ ମଧୁମେହ ରୋଗରେ ପୀଡିତ ରୋଗୀଙ୍କୁ ଏଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ଏହାସହ ମଧୁମେହ ରୋଗୀଙ୍କୁ ଶୁଣିବାକୁ ମଧ୍ୟ ଅସୁବିଧା ହୋଇଥାଏ । ଏହାସହ କାନରେ ହେଉଥିବା ବ୍ୟଥା ମୁହଁ ସମସ୍ୟା କାରଣରୁ ମଧ୍ୟ ହୋଇଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More