Only for Entertainment

ମହାରାଷ୍ଟ୍ର ବନ୍ୟା ପିଡିତଙ୍କୁ ୫୧ ଲକ୍ଷ ଦାନ କଲେ ଅମିତାଭ ବଚ୍ଚନ, ଟ୍ୱିଟ କରି ମୁଖ୍ୟମନ୍ତ୍ରୀ କଲେ ଧନ୍ୟବାଦ

dna
50

ବଲିଉଡ ଅଭିନେତ୍ରୀ ରିତେଶ ଦେଶମୁଖ ନିକଟରେ ମହାରାଷ୍ଟ୍ର ବନ୍ୟା ପିଡିତଙ୍କୁ ସାହାଯ୍ୟ କରିବା ପାଇଁ ଆଗକୁ ଆସିଥିଲେ । ରିତେଶଙ୍କ ପରେ ଏବେ ବଲିଉଡ ମହାନାୟକ ଅମିତାଭ ବଚ୍ଚନ ମହାରାଷ୍ଟ୍ର ବନ୍ୟା ପିଡିତଙ୍କୁ ସାହାଯ୍ୟ କରିବା ପାଇଁ ଆଗକୁ ଆସିଛନ୍ତି ।

ଅମିତାଭ ବଚ୍ଚନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ୫୧ ଲକ୍ଷ ଟଙ୍କା ଦାନ କରିଛନ୍ତି । ଏହାକୁ ନେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାୱିସ ଟ୍ୱିଟରରେ ଅମିତାଭ ବଚ୍ଚନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାୱିସ ଟ୍ୱିଟ କରି ଲେଖିଛନ୍ତି, ‘ବନ୍ୟା ପିଡିତଙ୍କୁ ସାହାଯ୍ୟ କରିବା ପାଇଁ ଆଗକୁ ଆସିଥିବାରୁ ଏବଂ ସିଏମ ରିଲିଫ ଫଣ୍ଡକୁ ୫୧ ଲକ୍ଷ ଦାନ କରିବାରୁ ଧନ୍ୟବାଦ ଅମିତାଭ ବଚ୍ଚନ ଜୀ । ଆପଣଙ୍କ ଏହି ପଦକ୍ଷେପ କୋହ୍ଲାପୁର, ସାଙ୍ଗଳୀ ଏବଂ ସତାରା ପରି ବନ୍ୟା ପ୍ରଭାବିତ ଜିଲ୍ଲାର ପୂର୍ଣ୍ଣଗଠନ କରିବାରେ ଆମର ଯେଉଁ ପ୍ରୟାସ ରହିଛି ସେଥିରେ ଅନେକ ଯୋଗଦାନ କରିବା ପାଇଁ ଲୋକଙ୍କୁ ପ୍ରେରଣା ଦେବ ।’

ଆପଣଙ୍କୁ କହିରଖୁଛୁ ଯେ, ପୂର୍ବରୁ ବନ୍ୟା ପଡିତଙ୍କୁ ସାହାଯ୍ୟ କରିବା ପାଇଁ ଅଭିନେତା ରିତେଶ ଦେଶମୁଖ ଏବଂ ତାଙ୍କ ପତ୍ନୀ ଜେନେଲିଆ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ୨୫ ଲକ୍ଷ ଦାନ କରିଥିଲେ । ଏହା ପରେ ମୁଖ୍ୟମନ୍ତ୍ରୀ ଟ୍ୱିଟ କରି ଦୁହିଁଙ୍କୁ ଧନ୍ୟବାଦ ଜଣାଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More