Only for Entertainment

ସିନେମାକୁ ପସନ୍ଦ କରୁନଥିଲେ ମହାତ୍ମା ଗାନ୍ଧୀ, ଜୀବନରେ ଦେଖିଛନ୍ତି ମାତ୍ର ଏହି ଦୁଇଟି ଫିଲ୍ମ

The Indian Express
63

ଫାଦର ଅଫ ନେସନ ନାମରେ ବିଖ୍ୟାତ ମହାତ୍ମା ଗାନ୍ଧୀ ନିଜ ଜୀବନରେ ଅନେକ ଜିନିଷକୁ ପସନ୍ଦ କରୁଥିଲେ । ମାତ୍ର ତାଙ୍କୁ ସିନେମା ବିଲକୁଲ ପସନ୍ଦ ନଥିଲା । ଏହା ପରେ ମଧ୍ୟ ସେ ନିଜ ଜୀବନରେ ମାତ୍ର ଦୁଇଟି ଫିଲ୍ମ ଦେଖିଥିଲେ । ସେ ପ୍ରଥମେ ୧୯୪୩ରେ ମିଶନ ଟୁ ମସ୍କୋ ଫିଲ୍ମ ଦେଖିଥିଲେ । ଇଣ୍ଡଷ୍ଟ୍ରୀଆଲିଷ୍ଟ ଶାନ୍ତି କୁମାର ମୋରାରଜୀଙ୍କ ଅନୁସାରେ ଗାନ୍ଧୀଙ୍କ ଆସୋସିଏଟ ମୀରାବେନ, ଗାନ୍ଧୀଙ୍କୁ ଏହି ଫିଲ୍ମ ଦେଖିବା ପାଇଁ ମନାଇଥିଲେ । ଗାନ୍ଧୀ ସେହି ସମୟରେ ଆଗା ଖାନ ଜେଲରୁ ବାହାରି ନରୋତ୍ତମ ମୋରାରଜୀଙ୍କ ଫ୍ୟାମିଲି ବଙ୍ଗଳା କମ୍ପାଉଣ୍ଡରେ ରହୁଥିଲେ ।

ଗୋଟିଏ ଦିନ କମ୍ପାଉଣ୍ଡରେ ପୋଲ୍ସ ଲଗାଇବା କାମ ଚାଲୁଥିଲା । ଏବଂ ବିଜୁଳୀ କନେକ୍ସନ କରିବାର ବ୍ୟବସ୍ଥା କରାଯାଉଥିଲା । ସ୍ଥାନୀୟ ମୁନିସିପାଲିଟିଙ୍କ ଠାରୁ ଅନୁମତି ନେଇ ଏହି କାମ କରାଯାଇଥିଲା ଯେପରି ଗାନ୍ଧୀଙ୍କୁ ଫିଲ୍ମ ଦେଖାଯାଇପାରିବ । ଏହି ଶୋ’ ୨୧ ମାର୍ଚ୍ଚ ୧୯୪୪ରେ ରଖାଯାଇଥିଲା । ଏହି ଫିଲ୍ମ ୟଏସ ଆମ୍ବାସାଡର ଜୋସେଫ ଡେବିସଙ୍କ ଜୀବନ ଉପରେ ଆଧାରିତ ଥିଲା । କିନ୍ତୁ ଫିଲ୍ମରେ ମହିଳା ମାନେ କମ କପଡା ପିନ୍ଧିô୍ବାରୁ ଗାନ୍ଧୀ ଖୁବ ରାଗିଥିଲେ ଏବଂ ସମସ୍ତଙ୍କୁ ଗାଳି କରିଥିଲେ ।

ଏହି ଶୋ’ପରେ ଆର୍ଟ ନିର୍ଦ୍ଦେଶକ କନ୍ନୁ ଦେଶାଇ ଗାନ୍ଧୀଙ୍କ ଏକ ହିନ୍ଦୀ ଫିଲ୍ମ ଦେଖାଇବା ପାଇଁ ମନାଇଥିଲେ । ଏହି ଫିଲ୍ମର ନାମ ଥିଲା ରାମ ରାଜ୍ୟ । ଏହି ଫିଲ୍ମକୁ ବିଜୟ ଭଟ୍ଟ ପ୍ରଡ୍ୟୁସ କରିଥିଲେ । ଶାନ୍ତି କୁମାର ଏହି ଫିଲ୍ମ ଦେଖିଥିଲେ ଏବଂ ସେ ଅନୁମାନ କରୁଥିଲେ ଏହି ଫିଲ୍ମ ଗାନ୍ଧୀଙ୍କୁ ପସନ୍ଦ ଆସିବ ନାହିଁ । ସେତେବେଳେ ଗାନ୍ଧୀ କହିଥିଲେ ମୋତେ ଏବେ ଏକ ହିନ୍ଦୀ ଫିଲ୍ମ ଦେଖିବାକୁ ପଡିବ କାରଣ ମୁଁ ଗୋଟିଏ ଇଂଗ୍ରାଜୀ ଫିଲ୍ମ ଦେଖିବାର ଭୁଲ କରିଛି ।

ଗାନ୍ଧୀ ‘ରାମ ରାଜ୍ୟ’ ଫିଲ୍ମ ଦେଖିବା ପାଇଁ ୨ ଜୁନ ୧୯୪୪ରେ ଏକ ଶୋ’ର ଆୟୋଜନ କରାଯାଇଥିଲା । କୁହାଯାଏ ଯେ ଗାନ୍ଧୀ କେବଳ ଏହି ଫିଲ୍ମକୁ ଅଧ ଘଣ୍ଟା ଦେଖିବା ପାଇଁ ପ୍ଲାନ କରିଥିଲେ ମାତ୍ର ଫିଲ୍ମ ଦେଖିବା ପରେ ସେ ପୂରା ଫିଲ୍ମ ଦେଖିଥିଲେ । ଶାନ୍ତିଙ୍କ ଅନୁସାରେ ଏହି ଫିଲ୍ମ ମଧ୍ୟ ଗାନ୍ଧୀଙ୍କୁ ପସନ୍ଦ ଆସିନଥିଲା ।

ଗାନ୍ଧୀଙ୍କ ଅନୁସାରେ ଫିଲ୍ମକୁ ମୋରାଲ ଟିଚିଂ ପାଇଁ ବ୍ୟବହାର କରାଯାଇପାରିବ ନାହିଁ । ଏକ ବନ୍ଦ କୋଠରୀରେ ବସି ଫିଲ୍ମ ଦେଖିବା ତାଙ୍କୁ ପସନ୍ଦ ନଥିଲା । ତାଙ୍କ ମତରେ ଫିଲ୍ମ ଓପନିଂ ଥିଏଟରରେ ଦେଖିବା କଥା । ଏପରିକି ଖବର କାଗଜରେ ହିରୋ ହିରୋଇନ ଙ୍କ ଫଟୋକୁ ମଧ୍ୟ ସେ ଆଲୋଚନା କରୁଥିଲେ । ଫିଲ୍ମକୁ ଗାନ୍ଧୀ ପସନ୍ଦ କରୁନଥିଲେ ମଧ୍ୟ ସେ ମ୍ୟୁଜିକକୁ ଖୁବ ପସନ୍ଦ କରୁଥିଲେ । କୋଲକାତାର ଜୁଥିକା ରାୟଙ୍କ ଭଜନ ଶୁଣିବା ଗାନ୍ଧୀଙ୍କୁ ଖୁବ ପସନ୍ଦ ଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More